ଆଖି ତଳେ କଳାଦାଗ ପାଇଁ ଆପଣ ଚିନ୍ତିତ କି, ଜାଣନ୍ତୁ ଉପାୟ

ଆଖି ତଳର କଳାଦାଗ ଯୋଗୁ ମୁହଁ ରୋଗିଣା ରୋଗିଣା ଦିଶେ। ଏହି କଳା ଦାଗ ଯୋଗୁ ଲୋକଙ୍କ ସାମ୍ନାରେ ଲାଜ ବି ମାଡ଼େ। ଏଭଳି ସ୍ଥିତିରେ କିଛି ଘରୋଇ ଉପାୟ ଆପଣାଇ ଆପଣ ମାତ୍ର ୨ ଦିନରେ କଳା ଦାଗକୁ ଦୂର କରିପାରିବେ। ଆମ ଆଖପାଖରେ ହିଁ କେତେକ ଜିନିଷ ଏହି ଆଖିତଳର କଳାଦାଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ବ୍ୟବହାର କଲେ ଆଖି ତଳର କଳା ଦାଗ ଶୀଘ୍ର ଦୂର ହେବ। ତେବେ ଆସନ୍ତୁ ଜାଣିବା କି କି ଜିନିଷ ବ୍ୟବହାର କଲେ ଆଖି ତଳର କଳା ଦାଗ ଦୂର ହେବ…

ଡାର୍କ ସର୍କଲ ଦୂର କରିବାର ସହଜ ଉପାୟ:

ଆଲୋଭେରା ଜେଲ୍‌ ମାଧ୍ୟମରେ ଆଖି ତଳର ଡାର୍କ ସର୍କଲ ଦୂର କରି ହେବ। ଏଭଳି ସ୍ଥିତିରେ ଆପଣ ଆଲୋଭେରା ଜେଲ୍‌କୁ ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଓ ୧୦-୧୫ ମିନିଟ୍‌ ପରେ ଜେଲ୍‌କୁ ସଫା କରି ଦିଅନ୍ତୁ। ଯଦି ଦିନକୁ ୨-୩ ଥର ଆଲୋଭେରା ଜେଲ୍‌ ବ୍ୟବହାର କରିବେ, ତେବେ ୨ ଦିନ ଭିତରେ କଳା ଦାଗ ଲିଭିଯିବ।

ଆପଣ ଚାହିଁଲେ ଦହି ଓ ହଳଦୀ ବ୍ୟବହାର କରି ମଧ୍ୟ ୨ ଦିନ ଭିତରେ ଆଖି ତଳର କଳା ଦାଗକୁ ଦୂର କରିପାରିବେ। ଏଥିପାଇଁ ଏକ ଗିନାରେ ଅଳ୍ପ ହଳଦୀ ଓ ଏକ ଚାମଚ ଦହିକୁ ମିଶାଇ ମୋଟା ଲେପ ପ୍ରସ୍ତୁତ କରନ୍ତୁ। ଏହାକୁ କଳା ପଡ଼ିଥିବା ସ୍ଥାନରେ ଲଗାନ୍ତୁ। ତେବେ ଧ୍ୟାନ ରଖିବେ ଏହା ଯେମିତି ଆଖି ଭିତରକୁ ନ ଯାଏ। କିଛି ସମୟ ପରେ ସାଧାରଣ ପାଣିରେ ମୁହଁ ଧୋଇ ଦିଅନ୍ତୁ।

ଗ୍ରୀନ୍‌ ଟି ବ୍ୟାଗ୍‌ ବ୍ୟବହାର କରି ମଧ୍ୟ ଆପଣ ଆଖି ତଳର କଳା ଦାଗକୁ ଦୂର କରିପାରିବେ। ଏଥିପାଇଁ ଏକ ପ୍ୟାନ୍‌ ନିଅନ୍ତୁ। ସେଥିରେ ପାଣିକୁ ଗରମ କରି ଗ୍ରୀନ୍‌ ଟି ବ୍ୟାଗ୍‌ ବୁଡ଼ାନ୍ତୁ। ଏବେ ଗ୍ରୀନ୍‌ ଟିକୁ ପାଣିରୁ ବାହାର କରି ଫ୍ରିଜ୍‌ରେ ଥଣ୍ଡା ହେବାକୁ ରଖି ଦିଅନ୍ତୁ। ବ୍ୟାଗ୍‌ ଥଣ୍ଡା ହୋଇଯିବା ପର ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଏମିତ ନିୟମିତ କଲେ ଡାର୍କ ସର୍କଲ ଧୀରେ ଧୀରେ କମିଯିବ।

Comments are closed.