ମୁଁ ମଦ ପିଇବା ଛାଡିଦେଇଛି : ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର : ସବୁବେଳେ କିଛି ନା କିଛି ପାଇଁ ଚର୍ଚ୍ଚାରେ ଥିବା ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କିଛି ଦିନ ତଳେ ନିୟମିତ ଜାମିନ୍ ପାଇଛନ୍ତି । ଜାମିନ୍ ପାଇ ଜେଲରୁ ମୁକୁଳିବା ପରେ ଆଜି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗାଡି ମଡାଇବା  ଘଟଣାରେ ସେ ଅନୁତପ୍ତ ନୁହଁନ୍ତି ଓ ତାଙ୍କର କିଛି ଭୁଲ ନଥିଲା । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଣପୁର ଅଫିସ୍ ପାଖରେ ବିଜେପି କର୍ମୀ ତାଙ୍କୁ ଯୋଜନାବଦ୍ଧ ଆକ୍ରମଣ କରିବା ସହିତ ତାଙ୍କୁ ମାରିଦେବାକୁ ଉଦ୍ୟମ କରି ଠୋଙ୍ଗାରେ ପିଟିଥିଲେ। ତେଣୁ ପ୍ରବଳ ମାଡରେ ବ୍ଲାକଆଉଟ ହେବାରୁ ଏକ୍ସଲେଟରରେ ତାଙ୍କ ଗୋଡ ଚପିଗଲା । ଗାଡିରେ ମଦ ବୋତଲ ଓ ନମ୍ବର ପ୍ଲେଟ ବଦଳ ବି ବିଜେପିର ଷଡଯନ୍ତ୍ର ଥିଲା ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସେ ମଦ ପିଇବା ଛାଡି ଦେଇଛନ୍ତି ଓ ସେ ମଦ ପିଇନଥିଲେ ଏବଂ ସକାଳ ୭ଟାରେ କିଏ ମଦ ପିଏ ବୋଲି ପ୍ରଶ୍ନ କରିଛନ୍ତି । ଦଳ ବହିଷ୍କାର କରିଛି ଓ ପୁଣି ଗ୍ରହଣ କରି ତାଙ୍କୁ ଦଳ ଟିକେଟ ଦେବ ବୋଲି ସେ ଆଶା ରଖିଛନ୍ତି ଓ ସ୍ୱାଧୀନରେ ସେ ଲଢିବେ ନାହିଁ, ଦଳ ନେତା ଯାହା ନିଷ୍ପତ୍ତି ନେବେ, ତାହା କାର୍ଯ୍ୟକାରୀ କରିବେ ବୋଲି ପ୍ରକାଶ କରିଛନ୍ତି ।

ସେ ପୁଣି କହିଛନ୍ତି ଯେ, ସେ ବିଜେଡିରେ ଜଣେ ଶୁଭେଚ୍ଛୁ ସୈନିକ ଭାବରେ କାମ କରୁଛନ୍ତି ଓ ଶୃଙ୍ଖଳିତ ହେବା ଦଳ ଫିଲ୍ କଲେ ଦଳ ଦାୟିତ୍ୱ ଦେବ ବୋଲି ଆଶା ରଖିଛନ୍ତି  ।

Comments are closed.