ପରକୀୟା ପ୍ରୀତି! ସ୍ତ୍ରୀକୁ ନିର୍ଘାତ ପିଟିବାରୁ ବୁଡିଲା ଚେତା, ମୃତ ଭାବି ଆତ୍ମହତ୍ୟା କଲେ ସ୍ୱାମୀ
ଭୁବନେଶ୍ୱର,୩ ।୩: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗାଁରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପତ୍ନୀଙ୍କୁ ନିସ୍ତୁକ ମାରିବା ପରେ ଫ୍ୟାନରେ ଝୁଲିପଡିଛନ୍ତି ସ୍ୱାମୀ । ନିର୍ଘାତ ମାଡରେ ପତ୍ନୀ ମରିଗଲେ ଭାବି ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି BSNL ଅଫିସରେ କାମ କରୁଥିବା ପ୍ରଦୀପ୍ତ କୁମାର ପାତ୍ର । ତାଙ୍କ ଘର କଟକ ସାଲେପୁରର କେନ୍ଦୁପାଟଣା ହୋଇଥିବା ବେଳେ ସେ ପରିବାର ସହିତ ରଙ୍ଗମାଟିଆରେ ରହୁଥିଲେ ।
ତେବେ ଗତକାଲି ବିଳମ୍ବିତ ରାତିରେ ପ୍ରଦୀପ୍ତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗି ପ୍ରଦୀପ୍ତ ପତ୍ନୀଙ୍କୁ ପିଟିବା ସହ ଶିଳପୁଅରେ ତାଙ୍କୁ ମୁଣ୍ଡକୁ ଛେଚିଥିଲେ । ଏଥିରେ ପତ୍ନୀ ମାନସୀ ବେହୋସ୍ ହୋଇଥିଲେ । ମାନସୀ ମରିଯାଇଥିବା ଭାବି ଭୟରେ ପ୍ରଦୀପ୍ତ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ମାନସୀ ହୋସରେ ଆସିବା ପରେ ସ୍ୱାମୀଙ୍କୁ ଛୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।
ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଅନ୍ୟପଟେ ପଡୋଶୀମାନେ ମାନସୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି । ମାନସୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଅପମୃତ୍ୟୁୃ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପରକୀୟା ପ୍ରୀତିରୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି ।
Comments are closed.