ଇଣ୍ଡିଗୋ କାର ସହ ବିପୁଳ ପରିମାଣର କିଙ୍ଗ୍ ଫିସୋର ବିୟର ଜବତ ଦୁଇ ଗିରଫ

ଫିରିଙ୍ଗିଆ ୧୨/୦୨/୨୦୨ (ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ଥାନା ଅଞ୍ଚଳ ଦୁଇ ଜଣ ଙ୍କ ସହ ଇଣ୍ଡିଗୋ କର ଜବତ ଫିରିଙ୍ଗିଆ ପୋଲିସ ଏକ ଇଣ୍ଡିଗୋ କାର ସହ ବିପୁଳ ପରିମାଣର କିଙ୍ଗ୍ ଫିସୋର ବିୟର ଜବତ କରିଛି । ଏହା ଏଥିରେ ସପ୍ରୃକ୍ତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୁଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳ ର ସ୍ବାଧୀନ ସାହୁ ଓ ଚେମୁର ବେହେରା ଏକ ଇଣ୍ଡିଗୋ କାର ଯୋଗେ ଏହି ବିଦେଶୀ କିଙ୍ଗଫିସର ବିୟର ଚୋରା ଚାଲାଣ କରୁଥିବା କୋୖଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ନେତୃତ୍ବରେ ଏକ ପୋଲିସ ଟିମ ଫିରିଙ୍ଗିଆ ସ୍ଥିତ ଘାଟି ସାହି ନିକଟରୁ ଚଢ଼ାଉ କରି କାର୍ଯ୍ୟ ୯୪ ଲିଟର ବିୟର ଜବତ କରିବା ସହ ଅଭିଯୁକ୍ତ ଦ୍ଵୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନା ରେ ୨୪/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ତପନ କୁମାର ନାହାକ ସୁଚନା ଦେଇଛନ୍ତି
କନ୍ଧମାଳ ।

Comments are closed.