ପାର୍ଟନର ବିଗିଡି ଯାଇଥିଲେ କେମିତି ମନାଇବେ ଜାଣନ୍ତୁ ୫ଟି ଟିପ୍ସ

ପ୍ରେମ ଏକ ସୁନ୍ଦର ଅନୁଭବ। ପ୍ରେମର କୌଣସି ପରିଭାଷା ନାହିଁ। ପ୍ରେମ଼ ଜୀବନରେ ରୋମାଞ୍ଚ ଭରେ। ନୂଆ ନୂଆ ପ୍ରେମ ହେଲେ ସବୁ କିଛି ଭଲ ଲାଗେ। ସର୍ବଦା ନିଜ ପାର୍ଟନରଙ୍କ ସହ କଥା ହେବାକୁ ଇଚ୍ଛା ହୁଏ। ପାର୍ଟନରଙ୍କ ସବୁ କଥା ଭାରି ଭଲ ଲାଗେ। କିନ୍ତୁ ଧୀରେ ଧୀରେ ମନୋମାଳିନ୍ୟ ମତଭେଦ ହୁଏ। କୌଣସି କାରଣରୁ କଳହ ହୁଏ। ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ପ୍ରେମ ଫିକା ପଡିବାକୁ ଲାଗେ।  ପରେ ଏପରି ଏକ ସମୟ ଆସି ପହଞ୍ଚେ ଯେତେବେଳେ ସମ୍ପର୍କ ତୁଟିଯାଏ। ପୂର୍ବ ଭଳି ଏକ୍ସାଇଟ୍‌ମେଣ୍ଟ୍‌ ଦେଖିବାକୁ ମିଳେ ନାହିଁ। ସମ୍ପର୍କରେ ଫାଟ ହେବାକୁ ବେଶୀ ସମୟ ଲାଗେ ନାହିଁ।  ନିଜ ସଂପର୍କକୁ  ପୂର୍ବଭଳି ମଜଭୁତ କରିବାକୁ ଅନେକ ଉପାୟ ରହିଛି। ଏହି ସବୁ ଉପାୟ ଆପଣେଇ ସଂପର୍କରେ ପୂର୍ବଭଳି ରୋମାଞ୍ଚ ଭରିପାରିବେ। ତେବେ ଜାଣନ୍ତୁ ସେସବୁ ଫର୍ମୁଲା

୧. ଯଦି ଆପଣ ନିଜ ସଂପର୍କକୁ ଫେରାଇବାକୁ ଚାହୁଁଛନ୍ତି, ତେବେ ପାର୍ଟନର୍‌ଙ୍କ ସହ ମିଶି କିଛି କାର୍ଯ୍ୟ କରନ୍ତୁ। ନିଜ ପାର୍ଟନରଙ୍କ ସହ ମିଶି ଡ୍ୟାନ୍ସ କ୍ଲାସ , ଯୋଗ କ୍ଲାସ, ଇଭିନିଂ ବା ମଣ୍ଣିଂ ୱାକ୍‌ ଯାଇପାରିବେ ଏପରି କରିବା ଦ୍ୱାରା ସମ୍ପର୍କ ସୁଧୁରିବ।

୨. ସମ୍ପର୍କକୁ ପୂର୍ବ ଭଳି ରଖିବାକୁ ଚାହୁଁଥିଲେ ନିଜ ପାର୍ଟନରଙ୍କୁ ସର୍‌ପ୍ରାଇଜ୍‌ ଦେବା ଭୁଲନ୍ତୁ ନାହିଁ। ନିଜ ପାର୍ଟନରଙ୍କୁ ଗିଫ୍ଟ ଦିଅନ୍ତୁ। ଲଭ୍‌ ଲାଇଭ୍‌କୁ ରୋମାଞ୍ଚରେ ଭରିବା ଲାଗି ନିଜ ପାର୍ଟନରଙ୍କୁ ସର୍‌ପ୍ରାଇଜ୍‌ ଟ୍ରିପ୍‌ ପ୍ଲାନ କରିପାରିବେ।

୩, ପ୍ରଥମ ଡେଟ୍‌ରେ ବିତାଇ ଥିବା ସ୍ମୁତିକୁ ତାଜା କରିବାକୁ ସେହି ଯାଗାକୁ ପୁଣି ଥରେ ଯାଆନ୍ତୁ। ଭଲ ଲାଗିବ।

୪. ନିଜ ପ୍ରେମକୁ ନୂଆ ରୂପ ଦେବା ପାଇଁ କିଛି ନୂଆ କରିବାର ଚେଷ୍ଟା କରନ୍ତୁ।

୫.  କୌଣସି ଶାନ୍ତ ଜାଗାରେ ନିଜ ପାର୍ଟନରଙ୍କ ହାତ ଧରନ୍ତୁ।  ସେ ଆପଣଙ୍କ ପାଇଁ  ସବୁବେଳେ ଖାସ୍‌ ଏହା ତାଙ୍କୁ ଜଣାନ୍ତୁ। ଦେଖିବେ ଲଭ୍‌ ଲାଇଭ୍ ବୋରିଂ ବଦଳରେ ମଧୁର ହେବ।

Comments are closed.