କେମିତି ହେବ ଓଡ଼ିଶାର ବଜେଟ,ବଜେଟ୍ ପ୍ରସ୍ତୁତି ପୂର୍ବରୁ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ ।

କେମିତି ହେବ ଓଡ଼ିଶାର ବଜେଟ୍ । ବଜେଟ୍ ପ୍ରସ୍ତୁତି ପୂର୍ବରୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୱେବ୍ ସାଇଟ୍, ଇମେଲ୍, ହ୍ୱାର୍ଟସଆପ୍ ଏବଂ ଏସ୍ଏମ୍ଏସ୍ ଜରିଆରେ ମତାମତ ଓ ପରାଶର୍ମ ଦେଇପାରିବେ ଜନତା ।

ଓଡ଼ିଶା ଡଟ୍ ବଜେଟ୍ ଆଟ୍ ଓଡ଼ିଶା ଗଭ୍ ଡଟ୍ ଇନ୍ ଠିକଣାରେ ଇମେଲ୍ କରିପାରିବେ, ହ୍ୱାର୍ଟସ୍ଆପ୍ ନମ୍ବର-୯୪୩୮୧-୬୧୧୧୧ରେ ମେସେଜ୍ କରିପାରିବେ ଏବଂ ସୋସିଆଲ ମିଡ଼ିଆ ଏକ୍ସ, ଫେସବୁକ୍ ଓ ଇନଷ୍ଟାଗ୍ରାମର ଓଡ଼ିଶା ଫାଇନାନ୍ସ ଆକାଉଂଟ ଜରିଆରେ ମତାମତ ଦେଇପାରିବେ । ଏହି ସବୁ ମାଧ୍ୟମରେ ସରକାରଙ୍କ ସହ ଯୋଡ଼ି ହେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିଠାରୁ ୫ ଜୁଲାଇ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିବ ।

Comments are closed.