କେଜରିଓ୍ବାଲଙ୍କୁ ଝଟ୍‌କା

ଦିଲ୍ଲୀ ଲିକର ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେଜରିୱାଲଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନିମ୍ନ ଅଦାଲତର ଆଦେଶ ଶୁଣାଣି ପର୍ଯ୍ୟନ୍ତ ରହିବ। ଅର୍ଥାତ୍‌ ହାଇକୋର୍ଟ ଏହି ମାମଲାର ଶୁଣାଣି ନକରିବା ପର୍ଯ୍ୟନ୍ତ କେଜରିୱାଲଙ୍କୁ ତିହାର ଜେଲରୁ ମୁକ୍ତ କରାଯିବ ନାହିଁ।

ଅରବିନ୍ଦ କେଜରିୱାଲଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତୁରନ୍ତ ଶୁଣାଣି କରିବାକୁ ଅନୁମତି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେ ଏହି ମାମଲାର ଶୁଣାଣି ନକରିଛୁ ସେ ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ କାର୍ଯ୍ୟକାରୀ ହେବ ନାହିଁ।

Comments are closed.