କେମିତି କମାଇବେ ପେଟ, ଜାଣନ୍ତୁ ଉପାୟ
ଓଜନ ବୃଦ୍ଧି ଓ ପେଟ ବଢିବା ଅନେକ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ। ସଭିଏଁ ଇଚ୍ଛା କରିଥାଆନ୍ତି ବୃଦ୍ଧି ପାଉଥିବା ଓଜନକୁ ହ୍ରାସ କରିବା ସହ ପେଟ କମାଇବାକୁ। ଏହି କାରଣରୁ ବ୍ୟାୟାମ ସହ ଖାଦ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଥାଏ। ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ସଠିକ୍ ସମୟରେ ଜଳଖିଆ, ଦିନ ସମୟର ଖାଦ୍ୟ ଓ ରାତ୍ରି ଭୋଜନ ନକରିବା ଓଜନ ବୃଦ୍ଧିର ମୁଖ୍ୟ କାରଣ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଭୋଜନ କରିବା ପରେ ଶରୀର ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବ, ତାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର ଭୋଜନ କରିବା ମାତ୍ରେ ତୁରନ୍ତ ଶୋଇବା ଦ୍ୱାରା ଫ୍ୟାଟ୍ ଗୁଡିକ ପେଟ ଓ ଅଣ୍ଟା ପାଖରେ ଜମା ହୋଇ ରହିବାକୁ ଲାଗିଥାଏ। ଏହି କାରଣରୁ ଖାଇବାର ତୁରନ୍ତ ପରେ ଶୋଇବାକୁ ବାରଣ କରାଯାଇଥାଏ।
ଶୋଇବାର ୨ ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ୍। ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ।
ରିପୋର୍ଟ ଅନୁଯାୟୀ, ସକାଳ ଜଳଖିଆର ସବୁଠାରୁ ଉତ୍ତମ ସମୟ ସକାଳ ୭ଟା, ଦିନ ବେଳା ଭୋଜନର ସଠିକ ସମୟ ୧୨ଟା୩୦,ରାତ୍ରି ଭୋଜନ ୭ଟା। ଏହି ସମୟରେ ୧୫ ରୁ ୨୦ ମିନିଟ ଅତିକ୍ରମ କଲେ ମଧ୍ୟ ଭୋଜନ ସଠିକ୍ ସମୟ ପାଇଁ ଗ୍ରହଣୀୟ। ମାତ୍ର ଅଧିକ ବିଳମ୍ବ କରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ।