ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ
ଭୁବନେଶ୍ୱର,୩ ।୨: ଆଇଟିଆଇ ଛାତ୍ରାଛାତ୍ରୀମାନଙ୍କର ପାଇଁ ଆସିଛି ଖୁସି ଖବର । ରାଜ୍ୟର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ୯ ମାସର ହଷ୍ଟେଲ ଫି’ ଛାଡ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୯ମାସର ହଷ୍ଟେଲ ଫି’ ୧୧୨୫ ଟଙ୍କା ଛାଡ ହେବ । ୨୦୨୦ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ୯ ମାସ ଯାଏଁ ହଷ୍ଟେଲ ଫି ଦେବେନି ଛାତ୍ରଛାତ୍ରୀ ।
ତେବେ କୋଭିଡ ଯୋଗୁଁ ସରକାରୀ ଆଇଟିଆଇ ହଷ୍ଟେଲଗୁଡିକ ବନ୍ଦ ରହିଥିଲା । ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ୯ ମାସ ପିଲା ହଷ୍ଟେଲରେ ନଥିଲେ । ସରକାରୀ ଆଇଟିଆଇରେ ପଢୁଥିବା ପିଲାଙ୍କୁ ମାସିକ ୧୨୫ ଟଙ୍କା ହଷ୍ଟେଲ ଫି’ ଦେବାକୁ ପଡୁଥିଲା । ଫି ଛାଡ ଫଳରେ ରାଜ୍ୟର ୩୦ ହଜାର ଆଇଟିଆଇ ଛାତ୍ରଛାତ୍ରୀ ଉପକୃତ ହେବେ ।
Comments are closed.