ହିରାଖଣ୍ଡ ନାଟ୍ୟ ମହୋତ୍ସବ ଉଦଜାପିତ

ସମ୍ବଲପୁର, ତୁସବନ୍ତ ଯୋଶୀ : ସମ୍ବଲପୁର ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅଦୄଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ସମ୍ବଲପୁର ଠାରେ ହିରାଖଣ୍ଡ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ପିତା ମହାତ୍ମାଗାନ୍ଧୀ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜିବନି ବାତ୍ତା ସମାଜରେ ପ୍ରଚାର କରିବା ଉଦ୍ଧେଶ୍ୟରେ ନାଟ୍ୟ ମହୋତ୍ସବ ଟି ଆୟୋଜନ କରାଯାଇଥିଲା । ଏହି ନାଟ୍ୟ ମହୋତ୍ସବ କୁ ଦର୍ସକ ବେଶ ଉପଭୋଗ କରିଥିଲେ । ଝାଡୁଆପଡା ଆରଣ୍ୟକ ମଞ୍ଚରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ଦୁଇଦିନିଆ ପ୍ରଥମ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ୨୦୨୧ ଉଦଜାପିତ ହୋଇଯାଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଓଡିଶା ସଂସ୍କୃତି ବିଭାଗ ତଥା କେନ୍ଦ୍ରିୟ ସଙ୍ଗୀତ ଏକାଡେମୀର ସହଯୋଗରେ ଏହି ମହୋତ୍ସବ ଟି ଆୟୋଜିତ ହୋଇଥିଲା । ଏହି ଦୁଇଦିନିଆ ନାଟ୍ୟ ମହୋତ୍ସବ ରେ ବୈଷ୍ଣବୋ ଜନତୋ , ଗାନ୍ଧୀ ରାଏଜ , ଲେଙ୍ଗଡା ରାଜା , ଅସୀର ଗଡର ବୀରଗାଥା ସମ୍ବଲପୁରୀ ନାଟକ ପରିବେଷଣ କରାଯାଇଥିଲା ।
ହିରାଖଣ୍ଡ ନାଟ୍ୟୋତ୍ସବର ଅନ୍ତିମ ରଜନୀରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସମ୍ପାଦକ ପ୍ରବୋଧ ରଥ ଓ ନାଟ୍ୟଶ୍ରୀ ପଞ୍ଚାନନ ମିଶ୍ର ଅତିଥି ଭାବରେ ଯୋଗଦେଇ ନାଟକ ସମାଜକୁ ଶୃଙ୍ଖଳିତ ରଖିବାର ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ଏହା ସହ ଉଦଜାପନି ସମାରୋହରେ ନାଟ୍ୟବିତ ହରହରି ମିଶ୍ରଙ୍କୁ “ହୀରାଖଣ୍ଡ ନାଟ୍ୟ ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା। ସମ୍ବଲପୁରୀ ନାଟକର ପ୍ରଚାର ପ୍ରଚାର ସହ ନାଟକ ଉପରେ ଯୁବପିଢ଼ି ଙ୍କୁ ଆକର୍ଷଣ ସୄଷ୍ଟି କରିବା ପାଇଁ ଏହି ହିରାଖଣ୍ଡ ନାଟ୍ୟ ମହୋତ୍ସବ ଆୟୋଜନ କରାଯାଇଥିବା ଆୟୋଜକ ମାନେ କହିଛନ୍ତି ।

ଏହି ନାଟ୍ୟତ୍ସୋବ ର ଅନ୍ତିମ ଦିନ ସଂଧ୍ୟାରେ ପଦ୍ମପୁରର ‘ଲୁ’ ଅନୁଷ୍ଠାନ ର କଳାକାର ମାନେ ପ୍ରଥମ ସମ୍ବଲପୁରୀ ନାଟକ ‘ଲେଙ୍ଗଡ଼ାରଜା’ ପରିବେଷଣ କରିଥିଲେ । ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କ ରଚନା ଓ ନିର୍ଦେଶନାରେ ଅନୁଷ୍ଠାନ ର ଶିଶୁ କଳାକାର ମାନଙ୍କ ଦ୍ବାରା ଚମତ୍କାର ଶୈଳୀରେ ମଞ୍ଚସ୍ଥ ହୋଇଥିଲା। ପରେ ଦ୍ୱିତୀୟ ନାଟକ ଟି ଅଦୃଶ୍ୟ ନାଟ୍ୟ ଆଶ୍ରମର କଳାକାର ମାନେ ନାଟ୍ୟକାର ଡ. ଦ୍ବାରିକନାଥ ନାୟକଙ୍କ ରଚିତ ଓ ଅତୀଶ କୁମାର ଶତପଥୀଙ୍କ ନିର୍ଦେଶିତ ‘ଅସିଗଡର ବୀରଗାଥା’ ନାଟକ ପରିବେଷଣ କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ଜୀବନର ଅନ୍ତିମ ପର୍ଯ୍ୟାୟ ଘଟଣା ଉପରେ ଆଧାରିତ ଐତିହାସିକ ନାଟକରେ ସମସ୍ତଙ୍କ ଅଭିନୟ ନିଖୁଣ ଥିଲା।

କୋଭିଡ ପାଇଁ ଗୋଟିଏ ବର୍ଷ ବ୍ୟବଧାନରେ ସମ୍ବଲପୁର ରେ ଆୟୋଜିତ ହୋଇଥିବା ହିରାଖଣ୍ଡ ନାଟ୍ୟ ମହୋତ୍ସବ ଟି ନାଟକ ପ୍ରେମୀ ଙ୍କ ପାଇଁ ମଞ୍ଚରେ ଏକାଧିକ ନାଟକ କୁ ଦେଖିବାର ଅପୁର୍ବ ସୁଯୋଗ ପାଇଥିଲେ ।

Comments are closed.