ପିପିଲି ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପରିଚାଳନା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ପୁରୀ ଜିଲ୍ଲାରେ ମଡେଲ କୋଡ ଅଫ୍ କଣ୍ଡକ୍ଟ ଲାଗିଛି । ଏଥର ପିପିଲିରେ ୩୪୮ଟି କେନ୍ଦ୍ରରେ ମତଦାନ ହେବ । ଗୋଟିଏ କେନ୍ଦ୍ରରେ ସର୍ବାଧିକ ୧୦୦୦ ଜଣ ଭୋଟର ଭୋଟ୍ ଦେଇପାରିବେ । ପ୍ରତି କେନ୍ଦ୍ରରେ ଜଣେ ଅଙ୍ଗବାଡି ଓ ଆଶା କର୍ମୀ ନିୟୋଜନ କରାଯିବ । ବୁଥ ସଂଖ୍ୟା ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଇଭିଏମ, ଭିଭିପାଟ ସଂଖ୍ୟା ଦେଢଗୁଣା ବଢାଯାଇଛି । ନାମାଙ୍କନ ବେଳେ ପ୍ରାର୍ଥୀ ସର୍ବାଧିକ ୨ଟି ଗାଡି ବ୍ୟବହାର କରିପାରିବେ । ମତଦାନ କେନ୍ଦ୍ରରେ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ନୋଡାଲ ହେଲଥ ଅଫିସର କୋଭିଡ ଗାଇଡଲାଇନର ତଦାରଖ କରିବେ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଟିକା ଦିଆଯିବ ।’

ତେବେ ମାର୍ଚ୍ଚ ୨୩ ତାରିଖରେ ଉପନିର୍ବାଚନକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୧୭ରେ ପିପିଲି ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୨ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ୮୦ ବର୍ଷରୁ ଅଧିକ ବୟସ୍କ ପୋଷ୍ଟାଲ ବାଲାଟରେ ଭୋଟ୍ ଦେଇପାରିବେ । ଏହା ସହ ଦିବ୍ୟାଙ୍ଗ କିମ୍ବା କରୋନା ଆକ୍ରାନ୍ତ ପୋଷ୍ଟାଲ ବାଲାଟରେ ଭୋଟ ଦେବେ । ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଗଣାଯିବ ବୋଲି ସିଇଓ କହିଛନ୍ତି ।

Comments are closed.