ଆଜି ୫ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୦୨/୧୦: ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସୋମବାର ବରଗଡ଼, ସୋନପୁର, ବଲାଙ୍ଗିର, ଅନୁଗୁଳ, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ । ୩ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ୭୦ରୁ ୧୦୦ମିମି ବର୍ଷା ହୋଇପାରେ ।

ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ଚାନ୍ଦବାଲିରେ ୯୭ମିମି, କଟକରେ ୯୫, ରାୟଗଡ଼ା ଓ ପାରଳାଖେମୁଣ୍ଡିରେ ୯୪, କୋରାପୁଟରେ ୯୨, ଟିଟିଲାଗଡ଼ରେ ୯୦, ଭୁବନେଶ୍ୱରରେ ୮୮, ହୀରାକୁଦରେ ୮୮, ଗୋପାଳପୁରରେ ୮୭, ସମ୍ବଲପୁରରେ ୮୭, ସୋନପୁରରେ ୮୭, ଦାରିଙ୍ଗିବାଡ଼ିରେ ୮୭, ଭବାନୀପାଟଣାରେ ୮୧, କେନ୍ଦ୍ରାପଡ଼ାରେ ୯୧ମିମି ବର୍ଷା ହୋଇଛି । ସେପ୍ଟେମ୍ବର ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭଲ ବର୍ଷା ହୋଇଛି । ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଢେଙ୍କାନାଳ ଓ କଟକରେ ସ୍ୱାଭାବିକ ତୁଳନାରେ ଅତ୍ୟଧିକ ବର୍ଷା ହୋଇଛି।

Comments are closed.