ଆଜି ପୁଣି ସରଗରମ ହେବ ବିଧାନସଭା

ଦୁଇ ଦିନ ପରେ ଆଜି ପୁଣି ସରଗରମ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଆଜି ଗୃହରେ ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍। ଗୃହରେ ଏହା ଉପରେ ଆଲୋଚନା ହେବା ସହ ବିଧେୟକ ଆଗତ କରାଯିବ। ପୂର୍ବରୁ ୨୮ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ। ଆଜି ପ୍ରଶ୍ନକାଳରେ ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି।

ସେହିପରି ଆଜି ଗୃହରେ CAG ରିପୋର୍ଟ ଉପସ୍ଥାପିତ ହେବ। ଅନ୍ୟପଟେ ଆସନ୍ତାକାଲି ବିଧାନସଭା ମୌସୁମୀ ଅଧିବେଶନ ଶେଷ ହେବାକୁ ଥିବାବେଳେ ଆଜି ଗୃହ ପୁଣି ଥରେ କମ୍ପିବ ନା ସ୍ବାଭାବିକ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି

 

Comments are closed.