ଦିଲ୍ଲୀରେ ପ୍ରବଳ କୁହୁଡି, ଯାତାୟତରେ ବାଧା ସୃଷ୍ଟି

ନୂଆଦିଲ୍ଲୀ: ଘନ କୁହୁଡ଼ି ବଳୟରେ ରାଜଧାନୀ ଦିଲ୍ଲୀ। ପ୍ରବଳ କୁହୁଡିରୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। କମ ଭିଜିବିଲିଟିରୁ ବିମାନ ଓ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଦିଲ୍ଲୀରେ ୧୧୦ରୁ ଅଧିକ ଫ୍ଲାଇଟ ଉଡାଣ ବିଳମ୍ବ ହୋଇଛି।

ସୂଚନା ଅନୁଯାୟୀ, ଘନ କୁହୁଡି କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ୩୦ ବିମାନ ଉଡାଣରେ ବିଳମ୍ବ ହୋଇଥିଲା। ଅନେକ ଅନ୍ତର୍ଜାତୀୟ ବିମାନର ଉଡାଣ ବିଳମ୍ବ ହୋଇଛି। ୨୫ଟି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ୧୪ଟି ଟ୍ରେନ ଦିଲ୍ଲୀରେ ବିଳମ୍ବରେ ପହଞ୍ଚିଥିଲା। ଦିଲ୍ଲୀରେ ଭିଜିବିଲିଟି ୫୦ ମିଟରକୁ ଖସି ଥିବା ନେଇ ସୂଚନା ମିଳିଛି।

Comments are closed.