ଆଗାମୀ ୨ଦିନ ଘନ କୁହୁଡି, ଜାଣନ୍ତୁ କେଉଁ ଜିଲ୍ଲାକୁ ସତର୍କବାଣୀ?

ଭୁବନେଶ୍ୱର, ୮ ।୧: ଆଗାମୀ ୨ ଦିନ ଧରି ଭୋର ସମୟରେ ଘନ କୁହୁଡି ହେବାର ଆଶଙ୍କା ରହିଛି । କାଲି ପାଇଁ ୫ଟି ଓ ୧୦ରେ ୪ଟି ଜିଲ୍ଲାରେ ଘନ କୁହୁଡି ହେବ । ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ୨ ଦିନ ପାଇଁ ସମ୍ପୃକ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି..

୯ରେ ୫ଟି ଜିଲ୍ଲା ଯଥା- ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଓ ଭଦ୍ରକରେ କାଲି ସକାଳେ ଘନ କୁହୁଡି ହେବ ।

୧୦ରେ ୪ ଜିଲ୍ଲା ଯଥା- ଜଗତସିଂହପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡାକୁ ସତର୍କ ରହିବା ପାଇଁ କୁହାଯାଇଛି । ଏନେଇ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି ।

Comments are closed.