ଆପଣ ଖାଉଛନ୍ତି ପଣସ ମଞ୍ଜି,ଜାଣନ୍ତୁ ତାହାର ଉପକାରିତା

ପଣସ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ ବୋଲି ଆପଣ ନିଶ୍ଚିତ ଜାଣିଥିବେ। ଅନେକ ଲୋକ ପଣସ ଖାଇବା ସମୟରେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। କିନ୍ତୁ ପଣସ ମଞ୍ଜି ଖାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ। ପଣସ ମଞ୍ଜିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଆପଣଙ୍କ ସ୍କିନ, ଆଖି, କେଶକୁ ସୁସ୍ଥ ରଖିଥାଏ। ପଣସ ମଞ୍ଜି ଖାଇବା ଦ୍ୱାରା ଶରୀରରେ ସୁଗାଲ ଲେବଲ୍‌ ନିୟନ୍ତ୍ରଣରେ ରହିଥାଏ। ନ୍ୟୁଟ୍ରିସନିଷ୍ଟ ମଧ୍ୟ ପଣସ ମଞ୍ଜିକୁ ନିଜ ଡାଏଟରେ ସାମିଲ କରିବାକ ପରାମର୍ଶ ଦେଇଥାନ୍ତି।

ପଣସ ମଞ୍ଜିରେ ପ୍ରୋଟିନ୍‌, ଆଣ୍ଟି ଅକ୍ସିଡାଣ୍ଟସ୍‌, ମିନେରାଲ୍ସ ଏବଂ ଭିଟାମିନ୍‌ ଭରପୂର ମାତ୍ରାରେ ରହିଛି, ଯାହାକି ତ୍ୱଚା ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏଥିରେ ପ୍ରୋଟିନ୍‌ ସହିତ ଭିଟାମିନ୍‌ ବି କମ୍ପ୍ଲେକ୍ସ ମଧ୍ୟ ରହିଥାଏ, ଯଦ୍ଦ୍ଵାରା ଆପଣଙ୍କ ସ୍କିନ୍‌ ଭଲ ରୁହେ ଏବଂ ମେଣ୍ଟାଲ ଷ୍ଟ୍ରେସ୍‌ ବି କଣ୍ଟ୍ରୋଲ ହୋଇଥାଏ।

ଏକ ଅନୁଧ୍ୟାନ ଅନୁଯାୟୀ, ପଣସ ମଞ୍ଜିରେ ଏମିତି ତତ୍ତ୍ୱ ରହିଥାଏ ଯାହା ବ୍ୟାକ୍ଟେରିଆ ସହିତ ଲଢିଥାଏ। ପାଚନ ତନ୍ତ୍ର ସମସ୍ୟା ଥିଲେ ପଣସ ମଞ୍ଜି ଦୂର କରିଥାଏ। ପଣସ ମଞ୍ଜିରେ ଆମିନୋ ଏସିଡର ଭଲ ସ୍ରୋତ ରହିଥାଏ। ଯାହା ନନ୍‌ଭେଜର ଅଭାବକୁ ପୂରଣ କରିଥାଏ। ତେବେ ଆଉ କ’ଣ ଫାଇଦା ଦିଏ ଆସନ୍ତୁ ଜାଣିବା…

– ତ୍ୱଚାରେ ଭାଙ୍ଗ ହେଉଥିଲେ ଆପଣ ପଣସ ମଞ୍ଜି ଖାଇପାରିବେ। ଏଥିପାଇଁ ଆପଣ ପଣସ ମଞ୍ଜିକୁ ଗୁଣ୍ଡ କରି ଥଣ୍ଡା କ୍ଷୀରରେ ପକାଇ ଏହାର ପେଷ୍ଟକୁ ନିୟମିତ ଭାବେ ତ୍ୱଚାରେ ଲଗାଇପାରିବେ।

– ଓଜନ କମାଇବା ପାଇଁ ପଣସ ମଞ୍ଜି ଖାଇବା ଆରମ୍ଭ କରନ୍ତୁ । ଏଥିରେ କ୍ୟାଲୋରୀର ପରିମାଣ ଖୁବ୍ କମ ମାତ୍ରାରେ ରହିଥାଏ ଏବଂ ଏହା ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଯାହା ଓଜନକୁ କମ କରିଥାଏ ।

– ପଣସ ମଞ୍ଜିରେ ପ୍ରୋଟିନ ଏବଂ ସୂକ୍ଷ୍ମ ପୋଷକ ତତ୍ତ୍ୱ ଗୁଣ ରହିଥାଏ। ସ୍କିନ ସମ୍ବନ୍ଧୀୟ ରୋଗକୁ ଠିକ୍‌ କରିଥାଏ। କେଶକୁ ସୁସ୍ଥ କରିବା ପାଇଁ ଆପଣ ପଣସ ମଞ୍ଜିକୁ ଖାଇପାରିବେ।

– ପଣସ ମଞ୍ଜିରେ ଆଇରନ ରହିଥାଏ। ପ୍ରତିଦିନ ମଞ୍ଜି ଖାଇବା ଦ୍ୱାରା ହିମୋଗ୍ଲୋବିନ ବଢିଥାଏ। ଆଇରନ ଭରପୁର ମାତ୍ରାରେ ରହିଥାଏ। ଶରୀରରେ ରକ୍ତ ସମ୍ବନ୍ଧୀୟ ରୋଗ ଦୂର କରିଥାଏ। ଆଇରନ ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ଏବଂ ମଜବୁତ ରଖିଥାଏ।

– ପଣସ ମଞ୍ଜିରେ ଭିଟାମିନ ଏ ରହିଥାଏ। ଯାହା ସ୍କିନକୁ ସୁସ୍ଥ ରଖିବା ସହିତ ଦୃଷ୍ଟିଶକ୍ତି ବଢାଇଥାଏ।

Comments are closed.