ନିଜେ କରନ୍ତୁ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ

ଅଧିକାଂଶ ଲୋକମାନେ କୋଲେଷ୍ଟଲ ସମସ୍ୟାକୁ ଦୂର କରିବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି। କିନ୍ତୁ ବର୍ତ୍ତମାନ ଏହି ରୋଗରେ ଚିନ୍ତିତ ଥିବା ରୋଗୀମାନଙ୍କ ପାଇଁ ଖୁସି ଖବର। କୋଲେଷ୍ଟଲ କଣ୍ଟ୍ରୋଲ କରିବା ପାଇଁ ଏବେ କୌଣସି ଔଷଧର ଆବଶ୍ୟକତା ପଡିବ ନାହିଁ। ବାସ କୋଲେଷ୍ଟଲକୁ ନିୟନ୍ତ୍ରଣ ରଖିବା ପାଇଁ ବର୍ତ୍ତମାନ ଆପଣଙ୍କୁ ବର୍ଷକରେ ଦୁଇ ଥର ଇଂଜେକ୍ସନ ନେବାକୁ ପଡିବ।

କୋଲେଷ୍ଟଲକୁ ନିୟନ୍ତ୍ରଣରେ ରଖିବା ପାଇଁ ଛୁଞ୍ଚି ସାହାଯ୍ୟରେ ଇକ୍ଲିସିରାନ ନାମକ ଔଷଧକୁ ବର୍ଷରେ ଦୁଇ ଥର ନେବା ଦ୍ୱାରା ଖରାପ କୋଲେଷ୍ଟଲ ସ୍ତରକୁ ଶରୀରରେ କମ କରାଯାଇପାରିବ। ବର୍ତ୍ତମାନ ଏହାକୁ ପରୀକ୍ଷା କରାଯାଇସାରିଛି। ଥରେ ଇଂଜେକ୍ସନ ନେବା ପରେ ଦୁଇ ସପ୍ତାହ ପରେ ଶରୀରରୁ କୋଲେଷ୍ଟଲର ମାତ୍ରା ୫୦ ପ୍ରତିଶତ କମ ହେବା ସହ ଛଅ ମାସ ପର୍ଯ୍ୟନ୍ତ କୋଲେଷ୍ଟଲକୁ ନିୟନ୍ତ୍ରଣରେ ରଖିଥାଏ।

ବିଶେଷଜ୍ଞମାନଙ୍କ କହିବାନୁଯାୟୀ ୧୮ ମାସ ମଧ୍ୟରେ ଏହି ଇଂଜେକ୍ସନ ପ୍ରକ୍ରିୟାକୁ ସମସ୍ତ ପ୍ରକାର ଅନୁମତି ମିଳିଯିବା ପରେ ଏହାକୁ ପ୍ରଚଳନ କରାଯାଇପାରିବ। ବର୍ତ୍ତମାନ ବୈଜ୍ଞାନିକ ରିପୋର୍ଟ ଅନୁଯାୟୀ ଇଂପିରିୟଲ କଲେଜ ଅଫ ଲଣ୍ଡନର ପ୍ରଫେସର ଏବଂ ପ୍ରମୁଖ ବିଶେଷଜ୍ଞ କୌଶିକ ରେ ଙ୍କ କହିବାନୁଯାୟୀ, ଏହି ଇଂଜେକ୍ସନ ସବୁକିଛି ବଦଳେଇପାରିବ ଏବଂ କୋଲେଷ୍ଟଲ ଥିବା ବ୍ୟକ୍ତିମାନେ ପ୍ରତ୍ୟେକ ଦିନ ଔଷଧ ଖାଇବାରୁ ମୁକ୍ତି ପାଇପାରିବେ।

Comments are closed.