ଆପଣ ପିଇଛନ୍ତି କି ଏହି ଫୁଲର ଚା ‘ , ଜାଣନ୍ତୁ କଣ ମିଳେ ଫାଇଦା
ବିଭିନ୍ନ ଫୁଲ ଭିତରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରି ରହିଥାଏ। ମନ୍ଦାର ଫୁଲ ସମସ୍ତେ ନିଶ୍ଚିତ ଭାବରେ ଦେଖିଥିବେ। ଏହି କୋମଳ ଫୁଲ ଅନେକ ଗମ୍ଭୀର ରୋଗକୁ ଭଲ କରିପାରେ। ମନ୍ଦାର ଫୁଲରୁ ଚା’ ତିଆରି କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ହୋଇଥାଏ। କାରଣ, ମନ୍ଦାର ଫୁଲରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଆପଣ ମନ୍ଦାର ଫୁଲର ତାଜା ପତ୍ର କିମ୍ବା ଏହାର ପତ୍ରଗୁଡ଼ିକୁ ଶୁଖାଇ ଚା’ ତିଆରି କରିପାରିବେ। ଏଥିରେ ମହୁ ମିଶାଇ ମଧ୍ୟ ଏହାକୁ ପିଇପାରିବେ।
ସଂକ୍ରମଣ ଦୂର କରିଥାଏ: ମନ୍ଦାର ଫୁଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ପାରାସିଟିକ୍ ଗୁଣ ରହିଛି। ଯଦି ଆପଣ ମନ୍ଦାର ଫୁଲରେ ତିଆରି ଚା’ ପିଇବେ, ତା’ ହେଲେ ଆପଣ ବ୍ୟାକ୍ଟେରିଆଲ୍, ଫଙ୍ଗଲ୍ ଏବଂ ଅନ୍ୟାନ୍ୟ ପ୍ରକାରର ଶାରୀରିକ ସଂକ୍ରମଣରୁ ଦୂରେଇ ରହିପାରିବେ।
ହୃଦୟ ପାଇଁ ଲାଭଦାୟକ: ଖରାପ କୋଲେଷ୍ଟ୍ରୋଲ ହୃଦୟ ପାଇଁ ବହୁତ ବିପଜ୍ଜନକ ହୋଇଥାଏ। ମନ୍ଦାରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରୋଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାସହିତ ମନ୍ଦାର ଫୁଲରେ ତିଆରି ହର୍ବାଲ୍ ଚା’ ବି ବ୍ଲଡ୍ ଭେସେଲ୍ସକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।
ଡାଇବେଟିସ୍ ପାଇଁ ଉପକାରୀ: ମନ୍ଦାର ପତ୍ରର ଇଥେନାଲ୍ ଏକ୍ସଟ୍ରାକ୍ଟରେ ଆଣ୍ଟି-ଡାଇବେଟିକ୍ ଗୁଣ ରହିଛି। ମନ୍ଦାର ଫୁଲର ଚା’ ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ। ଡାଇବେଟିସ୍ରେ ମନ୍ଦାର ଫାଇଦା ପହଞ୍ଚାଇଥାଏ।
ଓଜନ ହ୍ରାସ କରେ: ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ମନ୍ଦାର ଫୁଲର ଚା’ ସେବନ କରିପାରିବେ। ମନ୍ଦାର ଚା’ରେ ଏମିଲେଜ୍ ଏନଜାଇମ୍ ଥାଏ, ଯେଉଁ କାରଣରୁ ଶରୀରରେ ସୁଗାର ଏବଂ ଷ୍ଟାର୍ଚର ମାତ୍ରା ନିୟନ୍ତ୍ରଣରେ ରହିଥାଏ, ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।
ଷ୍ଟ୍ରେସ୍ କମାଏ: ମନ୍ଦାର ଫୁଲରେ ଥିବା ଆଣ୍ଟି-ଅକ୍ସିଡାଣ୍ଟସ୍ ମାନସିକ ସମସ୍ୟାରେ ଲାଭଦାୟକ ହୋଇଥାଏ। ମନ୍ଦାରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଭଲ ନିଦ ଦେଇଥାଏ ଏବଂ ଚାପରୁ ମୁକ୍ତି ମିଳିଥାଏ। ଏହି ଚା’ ପିଇବା ଦ୍ୱାରା ମୁଡ୍ ଭଲ ରହିଥାଏ।
କେଶ ପାଇଁ ଲାଭଦାୟକ: ଏଥିରେ ଆଣ୍ଟି-ଅକ୍ସିଡାଣ୍ଟସ୍ ରହିଛି। ମିନେରାଲ୍ସରେ ଭରପୂର ମନ୍ଦାର ଚା’ କେଶକୁ ମଜଭୁତ କରିବାରେ ବେଶ୍ ଉପଯୋଗୀ ହୋଇଥାଏ। ଏହାକୁ କେଶରେ ଲଗାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ।
Comments are closed.