ଦୟାକରି ମତେ ଏକା ଛାଡି ଦିଅନ୍ତୁ

ଯୁବତୀଙ୍କ ସ୍କୁଲ ଛୁଟି ପରେ ମାଛ ବିକୁଥିବା ଭିଡିଓକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଚହଳ ପଡିଛି । ୨୧ ବର୍ଷୀୟା ହନନ ହମିଦ ନାମକ ଜଣେ କେରଳୀ ଯୁବତୀ ନିଜର ଗୁଜୁରାଣ ଏବଂ ଆଗକୁ ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପାଇଁ ସ୍କୁଲ ଛୁଟି ହେବା ପରେ ମାଛ ବିକିବାର ବ୍ୟବସାୟ ଆରମ୍ଭ କରିଥିଲେ । ମାଛ ବିକ୍ରି କରୁଥିବା ସମୟରେ କେହିଜଣେ ତାଙ୍କ ଭିଡିଓକୁ ଭାଇରଲ କରିଦେଇଥିଲେ । ଫଳରେ କିଛି ଲୋକ ଏହି ଭିଡିଓକୁ ଦେଖି ତାଙ୍କର ପଢା ପ୍ରତି ଥିବା ଆଗ୍ରହକୁ ପ୍ରଶଂସା କରିଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ କୌଣସି ଏକ ଚଳଚିତ୍ରର ପବ୍ଲିସିଟି ଷ୍ଟଣ୍ଟ କରୁଥିବା କହି ଥଟ୍ଟା କରିଥିଲେ । ପରେ ହନନ ହମିଦ ଏସବୁ ବିଷୟରେ ଜାଣିବା ପରେ ସମ୍ପୂର୍ଣ ସତ୍ୟ ମିଡ଼ିଆ ସାହାଯ୍ୟରେ ସମଗ୍ର ଦେଶର ସାମ୍ନାକୁ ଆଣିଥିଲେ । ସେ କହିଲେ ଯେ “ଲୋକେ ମୋ ନାଁ ରେ ମିଥ୍ୟାରୋପ ଲଗାଉଛନ୍ତି ଯେ ମୁଁ ଗୋଟିଏ ଚଳଚିତ୍ରର ପ୍ରଚାର କରିବା ପାଇଁ ଏଭଳି କାର୍ଯ୍ୟ କରୁଛି. ମୋ ପାଖରେ ପଇସା କମାଇବାରେ ଅନ୍ୟ କୌଣସି ବାଟ ନାହିଁ. ପାଠପଢା ଜାରି ରଖିବା ଏବଂ ପରିବାରକୁ ସାହାଯ୍ୟ କରିବା ମୋର ମୁଖ୍ୟ ଲକ୍ଷ. ଦୟାକରି ମତେ ଏକା ଛାଡି ଦିଅନ୍ତୁ”

Comments are closed.