ଗୁଣପୁର ଉପ ଜିଲ୍ଲାପାଳଙ୍କ କୋଭିଡ ସେବା କେନ୍ଦ୍ର ପରିଦର୍ଶନ

ଗୁଣପୁର, ସତ୍ୟନାରାୟଣ ସାହୁ : ଉପ ଜିଲ୍ଲାପାଳ ଡାକ୍ତର ସିଦ୍ଧେଶ୍ଵର ବଳିରାମ ବନ୍ଦର ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ଏକଲବ୍ୟ ଆବାସିକ ମଡେଲ ବିଦ୍ୟାଳୟ ସ୍ଥିତ କୋଭିଡ ସେବା କେନ୍ଦ୍ର ପରିଦର୍ଶନ କରିଥଲେ । ୩୦୮ ଶଯ୍ୟା ବିଶିଷ୍ଟ ଏହି କୋଭିଡ ସେବା କେନ୍ଦ୍ରର ତିନୋଟି ୱାର୍ଡରେ ଗରମ ପାଣି ନିମନ୍ତେ ଗିଜର, ପିଇବା ପାଣି ପାଇଁ ଆକୁଆ ଗାର୍ଡ, ଏଲିଡି ଟିଭି ଏବଂ ସି ସି କ୍ୟାମେରା ଭଳି ଆବଶ୍ୟକ ସମସ୍ତ ଆସବାବପତ୍ର ତୁରନ୍ତ ଲଗାଇବାକୁ ନିର୍ବାହୀ ଅଧିକାରୀ ଓ ଭାରପ୍ରାପ୍ତ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପ୍ରତ୍ୟେକ ୱାର୍ଡ ପାଇଁ ଦୁଇଜଣ ହିସାବରେ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କୋଭିଡ ସେବା କେନ୍ଦ୍ରରେ ଯେଉଁ ଅନ୍ତେବାସୀଙ୍କୁ ରଖାଯିବ ସେମାନଙ୍କର ଯେପରି କୌଣସି ଅସୁବିଧା ହେବନାହିଁ ସେଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରର ଆଲୋକୀକରଣ, ଜେନେରେଟର, ସିସିଟିଭି ବ୍ୟବସ୍ଥା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ଉପ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଗୁଣପୁର ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଭାରପ୍ରାପ୍ତ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶ୍ରୀନିବାସ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.