ଯୁବପିଢ଼ିଙ୍କ ପାଇଁ ଖୁସି ଖବର, ଖୋଲିଲା ଔରା ସାଲୁନ୍ ଏକାଡେମୀ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବର୍ତ୍ତମାନ ସମୟରେ ସେଲୁନ କିମ୍ବା ପାର୍ଲର ଯୁବପିଢ଼ିଙ୍କ ଜୀବନଶୈଳୀର ଅଂଶବିଶେଷ ପାଲଟି ଯାଇଛି। ହେୟେର କଟ୍ ହେଉ କି ଫେସିଆଲ ହେଉ ପ୍ରତ୍ୟେକ ମାସ ଯୁବପୀଢିଙ୍କ ପକେଟ ମନିକ କିଛି ଅଂଛ ଏଥି ପାଇଁ ଖର୍ଚ୍ଚ କରନ୍ତି । ଏହା ସହ ବିୟୁଟିସିଆନ୍‌ କୋର୍ସ କରିଥିବା ଯୁବତୀମାନେ ଏହାକୁ ସ୍ୱାବଲମ୍ବନର ଏକ ମାର୍ଗ ଭାବେ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଟଙ୍କପାଣି ରୋଡ଼ରେ ଖୋଲିଛି ଔରା ସାଲୁନ୍ ଏକାଡେମୀ। ଏହି ଏକାଡେମୀ ହେୟାର ଟ୍ରିଟମେଣ୍ଟ ଓ ମେକପ ଭଳି ଅନେକ ବିଭାଗରେ ଶିକ୍ଷାଦାନ ସହିତ ଗ୍ରାହକଙ୍କୁ ସେବା ମଧ୍ୟ ଯେଗାଇଦେବ ।

ଅନ୍ୟପଟେ ସେଲୁନ କିମ୍ବା ପାର୍ଲର ଭଳି ସେବାକୁ କ୍ୟାରିୟର ଭାବେ ଅନେକ ଯୁବପୀଢି ଗ୍ରହଣ କରୁଥିବା ବେଳେ ଔରା ସାଲୁନ୍ ଏକାଡେମୀ ସେମାନଙ୍କ ପାଇଁ ଏକ ପ୍ଲାଟଫର୍ମ ହୋଇପାରିବ। ଏହି ପରିପ୍ରେକ୍ଷୀରେ ସଂସ୍ଥାନର ସିଇଓ ବିଶ୍ବଜିତ ସାହୁ ଗଣମାଧ୍ୟମକୁ ବାଇଟ ଦେଇ କହିଛନ୍ତି କି,ଏଥିରେ ପାଖାପାଖି ୨୦ ଟି କୋର୍ସ ରହିଛି । ଯେଉଁଥିରେ ମାସକଠୁ ନେଇକି ୨ ବର୍ଷ ପର୍ଯ୍ୟନ୍ତି କୋର୍ସର ସୁବିଧା ରହିଛି । ସେଥିରେ ବ୍ରୋର୍ଡ ବି ୩ ଟା କାଟାଗୋରୀ ରହିଛି । ସ୍କିନ, ହେୟାର ଓ ମେକପ ଭଳି ଏହା ୩ ଟି କାଟାଗୋରିରେ ଅନ୍ତର୍ଭୂକ୍ତ । ଏଥିରେ ଚାକିରୀ ସୁଯୋଗ ମଧ୍ଯ ରହିଛି। ଯାହା ଇଣ୍ଟରନେସନାଲ କାଟାଗୋରୀ ସହ ସମାନ ।

Comments are closed.