ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍

ନୂଆଦିଲ୍ଲୀ,୧୧ ।୨: ବାହାଘର ପାଇଁ ସୁନା କିଣିବାକୁ ଚାଁହୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଭାରତରେ ସୁନା ଓ ରୁପା ଦର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ସୁନା ଦର ପୁଣି ହ୍ରାସ ହୋଇଥିବା ଦେଖିବାକୁ ମିଳିଛି । ଆଜି ସ୍ବର୍ଣ୍ଣ ଦର ପୁଣି ୦.୩୨ ପ୍ରତିଶତ କମ୍‌ ‌ହୋଇ ୧୦ ଗ୍ରାମ୍‌ ପିଛା ୪୭,୮୫୭ରେ ପହଞ୍ଚିଛି । ସେହିପରି ରୌପ୍ୟ ଦର କିଲୋ ପିଛା ୬୮ ହଜାର ୨୭୫ରେ ପହଞ୍ଚିଛି। ଗତ ୪ ଦିନ ମଧ୍ୟରେ ସୁନା ଦରରେ ଆଜି ସବୁଠାରୁ ଅଧିକ ହ୍ରାସ ଘଟିଛି ।

ବିଶ୍ବ ବଜାରରେ ସ୍ବର୍ଣ୍ଣ ଦର ୦.୨ ପ୍ରତିଶତ କମ୍‌ ହୋଇ ଡଲାର ପିଛା ୧,୮୩୮.୪୧ ଆଉନ୍ସରେ ପହଞ୍ଚିଛି । ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୌପ୍ୟ ଦର ୦.୪ ପ୍ରତିଶତ ହ୍ରାସ ପାଇ ୨୬.୮୯ ଡଲାର ଓ ପେଲେଡିୟମ୍‌ ଦର‌ ୦.୨ ପ୍ରତିଶତ ହ୍ରାସ ପାଇ ୨,୩୫୧.୨୪ ଡଲାରରେ ପହଞ୍ଚିଛି ।

ତେବେ ୨୦୨୧-୨୨ ଆର୍ଥୀକ ବଜେଟ୍ ଭାଷଣରେ ସୁନା ଓ ରୂପା ଉପରେ ଆମଦାନୀ କର ଉପରେ ଏକ ବଡ଼ ରିହାତି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତ ହ୍ରାସ ଘଟିଛି । ବର୍ତ୍ତମାନ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ୫ ପ୍ରତିଶତ ରିହାତି ପରେ କେବଳ ୭. ୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିବ ।

Comments are closed.