ଆଶ୍ରମରେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା: ଶିକ୍ଷୟତ୍ରୀ ଗିରଫ
ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଘଟଣାକୁ କେନ୍ଦ୍ର କରି ଆଶ୍ରମର ଦାୟିତ୍ୱରେ ଥିବା ମଧୁ ଦେବୀ ଓ ଦିଲ୍ଲୀପ କୁମାର ବର୍ମାଙ୍କୁ ଗିରଫ କରିଛି ପୋଲିସ । ମୁମ୍ବାଇର ଏକ ସାମାଜିକ ବିଜ୍ଞାନ ଅନୁଷ୍ଠାନର ସର୍ଭେ ଦ୍ୱାରା ଏହାର ପର୍ଦ୍ଦାଫାସ୍ ହୋଇଛି । ଘଟଣାଟି ଘଟିଛି ବିହାରର ମୁଜାଫରପୁର ଅନ୍ତର୍ଗତ ଏକ ଆଶ୍ରମରେ, ଯେଉଁଠି ୪୪ ଜଣ ନାବାଳିକାଙ୍କୁ କିଛି ବର୍ଷ ଧରି ଯୌନ ନିର୍ଯ୍ୟାତନା ଦିଆଯାଉଥିଲା । ବିହାରର ନେତା ତେଜେଶ୍ୱରୀ ପ୍ରସାଦ ଯାଦବ ଅଭିଯୋଗ କରିଛନ୍ତି ଯେ ଏହି ଆଶ୍ରୟ କେନ୍ଦ୍ରର ଅନ୍ତେବାସୀ ନାବାଳିକାଙ୍କ ସହ ଦୁଷ୍କର୍ମ କରାଯିବା ସହ କେତେକଙ୍କର ବଳପୂର୍ବକ ଗର୍ଭପାତ ମଧ୍ୟ କରାଯାଇଛି । ସେମାନେ ରାଜନେତା ଓ ସରକାରୀ ଅଧିକାରୀଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥାନ୍ତି । ଘଟଣା ପରେ ପୋଲିସ ଆଶ୍ରୟ କେନ୍ଦ୍ର ପରିଚାଳନା ସହ ସଂପୃକ୍ତ ଥିବା ଅନ୍ୟ ୧୦ ଜଣଙ୍କୁ ମଧ୍ୟ ଗିରଫ କରିଛି ।
Comments are closed.