ରାଉରକେଲା ବିଶ୍ରା ପୋଲିସର ବଡ ସଫଳତା : ଚଢଉ କରି ୪ ଡକାୟତଙ୍କୁ ଗିରଫ

ରାଉରକେଲା ସହରରେ ଥିବା ହାତିବାରୀ ଓ ପୁରୁଣାପାଣି ଅଞ୍ଚଳରୁ ଚଢଉ କରି ଡକାୟତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । ଗତକାଲି ରାତି ପ୍ରାୟ ୯.୨୦ ସମୟରେ ପୋଲିସ କୌଣସି ସୂତ୍ରରୁ ନୂଆଗାଁ ଅଞ୍ଚଳର ଏକ ନିର୍ମାଣାଧୀନ ବିଲିଡିଙ୍ଗିରେ ଡକାୟତ ଥିବାର ଖବର ପାଇଁ ଚଢଉ କରିଥିଲା । ସେଠାରେ ୪ ଡକାୟତ ଯଥା- ମଦନ ମାଂଝୀ, ଏମଡି ମଜ୍ଜୁର, ରାଜେଶ ଲଖୁଆ ଓ ଏମଡି ସଫାୟତ ଙ୍କୁ ଗିରଫ କରିଥିଲା ବେଳେ ଆଉ ୪ଜଣ ଖସି ପଳାଇଥିଲେ । ଏହା ସହ ସେମାନଙ୍କ ପାଖରୁ ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୨ଟି ଆଇରନ ରଡ୍, ଗୋଟିଏ ଟର୍ଚ୍ଚ, ଗୋଟିଏ ସ୍କୋର୍ପିଓ ଗାଡି, ୪ଟି ଫୋନ୍ ସମେତ ୧,୨୭,୭୧୦ ନଗଦ ଟଙ୍କା ଜବତ କରିଛି ରାଉରକେଲା ବିଶ୍ରା ପୋଲିସ ।

Comments are closed.