ଅନୁଗୁଳରେ ଭାଲୁ ଆକ୍ରମଣ: ବ୍ୟକ୍ତି ଗୁରୁତର

ଆଗି ସକାଳେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୌଣସି କାରଣବଶତଃ କନୁ ମାଝି ନାମକ ଏକ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କ ଉପରେ ଭାଲୁ ମରଣାତ୍ମକ ଆକ୍ରମଣ କରିଥିଲା । ପରେ କନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Comments are closed.