ବନ୍ୟା ଜଳରେ ଭାସିଲେ କୃଷ୍ଣସାର ମୃଗ

ବନ୍ୟାଜଳଦ୍ୱାରା ଲୋକମାନେ ହନ୍ତସନ୍ତ ହେଉଥିବାବେଳେ ଏଥିରୁ ବାଦ୍ ପଡିନାହାନ୍ତି ବନ୍ୟଜନ୍ତୁ । ଯାହାର ଏକ ଝଲକ୍ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କାନପୁର ଗ୍ରାମରେ, ଯେଉଁଠି ଶହେରୁ ଅଧିକ କୃଷ୍ଣସାର ମୃଗ ନଦୀର ପ୍ରଖୋର ସ୍ରୋତରୁ ନିଜର ଜୀବନ ବଞ୍ଚାଇବା ପାଇଁ ଭାସିଆସିଥିଲେ । ଏନେଇ ଖଲିକୋଟ ଫରେଷ୍ଟ ଅଞ୍ଚଳର ଜାତୀୟ ରାଜପଥ ନିକଟସ୍ଥ କେନାଲ ପାଶ୍ୱର୍ରେ ଭାସୁଥିବା ମୃଗମାନଙ୍କୁ ସୁରକ୍ଷା ଦେବା ପାଇଁ ଲୋକମାନେ ପ୍ରୟାସ ଜାରୀ ରଖିଛନ୍ତି ।

Comments are closed.