ନବିନଙ୍କ ଦ୍ୱାରା ଟ୍ରାଇବାଲ ଆଟଲାସ ଅପ୍ ଓଡ଼ିଶା ପୁସ୍ତକ ଉନ୍ମୋଚିତ
ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଦ୍ୱାରା ଆଜି ସଚିବାଳୟରେ ଟ୍ରାଇବାଲ ଆଟଲାସ ଅପ୍ ଓଡ଼ିଶା ପୁସ୍ତକ ଉନ୍ମୋଚିତ କରାଯାଇଛି । ଯାହାକି ପ୍ରଶିକ୍ଷଣ ପ୍ରତିଷ୍ଠାନ, ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ଜନଜାତି ଭାଷା ଓ ସଂସ୍କୃତି ଏକାଡେମୀର ମିଳିତ ଆନୁକୂଲ୍ୟରେ ସମ୍ଭବପର ହୋଇଛି । ଏହି ପୁସ୍ତକ ବିଷୟରେ ମୁଖ୍ୟମନ୍ତ୍ରୀ ନିଜର ମନ୍ତବ୍ୟ ଦେଇ କହିଛନ୍ତି କି, ଏହି ପୁସ୍ତକ ମାଧ୍ୟମରେ ଜନଜାତିମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ମିଳିବା ସହିତ ବିଭିନ୍ନ ଯୋଜନା ମୂଳକ କାର୍ଯ୍ୟରେ ସାହାର୍ଯ୍ୟ କରିବ । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ସଚିବ ଆର୍. ରଘୁ ପ୍ରସାଦ ଏବଂ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଏ.ବି. ଓତା ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ ।
Comments are closed.