କେଶ ସୁନ୍ଦର୍ କରିବ ଅଦା, ଜାଣନ୍ତୁ କେମିତି

ଅଦା ଏକ ନାଚୁରାଲ୍ କଣ୍ଡିସନର୍‌ ହୋଇଥିବାରୁ ଏହା କେଶର ରୁକ୍ଷପଣ ଦୂର କରି କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍ ରଖିଥାଏ। ତେବେ ଆସନ୍ତୁ ଜାଣିବା କେଶକୁ ଲମ୍ୱା ଓ ମଜବୁତ୍‌ କରିବା ପାଇଁ ଅଦାକୁ କିପରି ବ୍ୟବହାର କରିବେ।

୧. ବଜାରରେ ମିଳୁଥିବା ଜିଞ୍ଜର୍‌ ଅଏଲ୍‌ କେଶରେ ଲଗାନ୍ତୁ। ନଚେତ୍‌ ନିଜେ ଘରେ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ପ୍ରଥେମ ଗୋଟିଏ ଚାମଚ ଘିଅରେ ଜୋଜୋବା ଅଏଲ୍‌, ଅଲିଭ୍‌ ଅଏଲ୍‌ ଓ ଅଦା ରସ ମିଶାନ୍ତୁ। ଏହି ମିଶ୍ରଣକୁ ଭଲ ଭାବରେ ମୁଣ୍ଡରେ ମାଲିସ କରନ୍ତୁ। ୩୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ସପ୍ତାହକୁ ଏପରି ଦୁଇ ଥର କରନ୍ତୁ। ଦେଖିବେ କେଶ ମୋଟା ହେବା ସହ ଝଡ଼ିବା ବନ୍ଦ ହେବ।

୨. ଅଦା ଓ ଲେମ୍ୱୁ ରସ ମଧ୍ୟ କେଶ ପାଇଁ ବ୍ୟବହାର କରିପାରିବେ। ୨ ଚାମଚ ଅଦା ରସରେ ୩ ଚାମଚ ରାଶି ତେଲ ଓ ଅଧା ଚାମଚ ଲେମ୍ୱୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ କେଶ ମୂଳରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ଶାମ୍ପୂ କରିନିଅନ୍ତୁ। ଏହା ଦ୍ୱାରା ରୁପି ଦୂର ହେବ। ସପ୍ତାହକୁ ତିନିଥର ଏହି ମିଶ୍ରଣକୁ ଲଗାଇପାରିବେ।

୩. କେଶ ପତଳା ଥିଲେ ଅଦା ଓ ପିଆଜ ରସ ଲଗାନ୍ତୁ। ପ୍ରଥମେ ୨ ଚାମଚ ଅଦା ରସରେ ୧ ଚାମଚ ପିଆଜ ରସ ମିଶାନ୍ତୁ। ଏହି ରସକୁ କେଶ ମୂଳରେ ୨୦ ମିନିଟ୍ ଲଗାଇ ରଖିବା ପରେ ଧୋଇ ନିଅନ୍ତୁ। ସପ୍ତାହକୁ ଏପରି ଦୁଇରୁ ତିନିଥର କଲେ କେଶ ମୋଟା ହେବ।

Comments are closed.