ଏହି ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଛତୁ

0

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହା ସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ୍‌ ମଧ୍ୟ କମ୍‌ କରିଥାଏ। ତେବେ ସବୁ ପ୍ରକାର ଛତୁ ଖିଆଯାଇ ନ ଥାଏ। କାରଣ ଏଥିରୁ କିଛି ବିଷ ମଧ୍ୟ ହୋଇଥାଏ। ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଲୋକଙ୍କ ଲାଗି ଏହା ବରଦାନ ସଦୃଶ। ଏହା ସହ ହୃଦ୍‌ଘାତ ଲାଗି ମଧ୍ୟ ଲାଭକାରୀ ହୋଇଥାଏ। ତେବେ ଜାଣନ୍ତୁ ଛତୁର କେତେକ ଉପକାରୀ ଗୁଣ ସମ୍ପର୍କରେ…

ଏହା ହୃଦ୍‌ଘାତ ଲାଗି ବରଦାନ ସଦୃଶ ହୋଇଥାଏ।

ଛତୁରେ ଆଣ୍ଟି କ୍ୟାନ୍‌ସର ଗୁଣ ରହିଥାଏ। ତେଣୁ ଏହାକୁ ଖାଇବା ଫଳରେ କ୍ୟାନ୍‌ସର ଆଶଙ୍କା କମ୍‌ ହୋଇଥାଏ ।

ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଛତୁ ଉପକାରୀ ହୋଇଥାଏ । ଏଥିରେ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥିବାରୁ ଏହା ରକ୍ତରେ ସୁଗାର ମାତ୍ରା କମ୍‌ କରିଥାଏ।

ଏଥିରେ କମ୍‌ ପରିମାଣର କ୍ୟାଲୋରୀ ରହିଥିବାରୁ ଓଜନ କମ୍‌ ହୋଇଥାଏ। ଏହାକୁ ଖାଇବାର ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ।

Leave A Reply

Your email address will not be published.