ପୋଲିସ ଜାଲରେ ୬ ଗଂଜେଇ ମାଫିଆ

ମାଲକାନଗିରି(ଅପୁର୍ବ ଥଣ୍ଡର) : ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ଏକ ବଡ଼ ଗଞ୍ଜେଇ ରାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ । କୁଡୁମୁଲୁ ଗୁମା ଫାଣ୍ଡି ଅଧିକାରୀ ଶ୍ରୀ ଗିରିସ ଚନ୍ଦ୍ର ମହାରଣା କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କର ଗୋଟିଏ ଟିମ୍ ସହ ନିକଟରେ ଥିବା ମାଛାଗୁଡା ଜଙ୍ଗଲ ଭିତରୁ ୬ ଜଣ ଗଞ୍ଜେଇ କାଉଡ଼ିଆକୁ ଜବତ କରିଥିଲା । ସେମାନଙ୍କ ପାଖରୁ ୨୮୦ କେଜି ଗଞ୍ଜେଇ ଜବତ କରାଯାଇଛି । ସମସ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳରୁ ଆଣି ଘାଟି ଗଙ୍ଗଲ ରାସ୍ତା ଦେଇ ମାଛାଗୁଡାରେ ପହଞ୍ଚାଇ ଥିବାର ଜଣାପଡିଛି । ଅଭିଯୁକ୍ତ ମାନଙ୍କ ନାମରେ ଗୋଟିଏ କେଶ ରୁଜୁ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |

Comments are closed.