ପ୍ରେମିକ ଘର ଦୁଆରେ ଗଣେଶ ପୂଜା ପାଳିଲେ ପ୍ରେମିକା

ବ୍ରହ୍ମପୁର : ଆଜି ପବିତ୍ର ଗଣେଷ ଚତୁର୍ଥୀ। ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର। ଏହି ଅବସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକ ଘର ଦୁଆରେ ଗଣେଶ ପୂଜା। ଯାହା ସେ ଅଞ୍ଚଳରେ ଚହଳ ପକାଇଦେଇଛି।

ପ୍ରେମିକର ଘର ଆଗରେ ଗଣେଷ ପୂଜା ପାଳିଲେ ଧାରଣା ଦେଉଥିବା ପ୍ରେମିକା। ରୀତି ନୀତି ଅନୁଯାୟୀ ବ୍ରାହ୍ମଣ ଆସି ଗଣେଶ ପୂଜା କରିଥିଲେ। ଆଜି ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦୀନେଶଙ୍କ ଘରେ ଆଗରେ ଗଣେଶ ପୂଜା କରିଛନ୍ତି ପ୍ରେମିକା ଦୀପିକା।

ସୂଚନା ମୁତାବକ, ମାସେ ହେଲାଣି ପ୍ରେମିକ ଦୀନେଶଙ୍କ ଘର ଆଗରେ ସେ ଧାରଣା ଦେଉଛନ୍ତି। ପୁଅକୁ ବାପାର ପରିଚୟ ସହ ନିଜକୁ ପତ୍ନୀର ମାନ୍ୟତା ଦେବାକୁ ପ୍ରେମିକା ଦୀନେଶଙ୍କ ଘର ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଦୀପିକା।

Comments are closed.