ପବିତ୍ର ଗଣେଷ ଚତୁର୍ଥୀ
ଭୁବନେଶ୍ୱର : ପବିତ୍ର ଗଣେଷ ଚତୁର୍ଥୀ ଅବସରରେ ଆରମ୍ଭ ହେଉଛି ପାର୍ବଣ। ଅଗ୍ରଗଣ୍ୟ ଗଜାନଙ୍କ ପୂଜା ଆରଧନାର ଦିନ। ଗଣେଶ ପୂଜା ଅବସରରେ ସବୁଠି ଲାଗି ରହିଛି ଉତ୍ସବମୁଖର ପରିବେଶ। ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ପୂଜା ମଣ୍ଡପରେ ମହା ଆଡମ୍ବରରେ ଆୟୋଜିତ ହେଉଛି ଗଣେଶ ପୂଜା।
ସାରା ରାଜ୍ୟରେ ଗତ ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ। ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ। ପ୍ରମୁଖ ସହରରେ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିଛି। ପୂଜା ପାଇଁ ବିଦ୍ୟାଳୟଗୁଡ଼ିକରେ ରଙ୍ଗୀନ ସାଜସଜା ହୋଇଛି।
Comments are closed.