ସାନିଟାରୀ ନାପ୍‌କିନ୍‌ ପାଇଁ ଅପିଲ

ନୂଆଦିଲ୍ଳୀ : ପରିଷ୍କାର ପରିଛନ୍ନତା ବଜାୟ ରଖିବା ସହ ଆମ ଚାରିପାଖ ପରିବେଶ ସୁରକ୍ଷା ଦାଇତ୍ୱ ଆମର। ଏହି ପରିପ୍ରେକ୍ଷୀ ରେ ସମାଜରେ ମହିଳାଙ୍କ ଯତ୍ନ ନେବା ନିତାନ୍ତ ଜରୁରୀ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମହିଳା।

ଦିଲ୍ଳୀ ହାଇକୋର୍ଟ ପରିସରରେ ସାନିଟାରି ନାପ୍‌କିନ୍‌ ସୁବିଧା ଉପଲବ୍ଧ କରିବା ପାଇଁ କୋର୍ଟରେ ଇନ୍‌ଟର୍ନ କରୁଥିବା ଜଣେ ମହିଳା ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ମହିଳା ଜଣକ ଅଗଷ୍ଟ ୧ରୁ ହାଇକୋର୍ଟର ଜଣେ ଆଇନଜୀବୀଙ୍କ ଅଧୀନରେ ପ୍ରାକ୍ଟିସ୍‌ କରୁଥିବାବେଳେ ତାଙ୍କୁ ସାନିଟାରି ନାପ୍‌କିନ୍‌ର ଆବଶ୍ୟକତା ପଡ଼ିଥିଲା।

ପ୍ରଥମେ ସେ କୋର୍ଟ ପରିସରରେ ଥିବା ମେଡିସିନ୍‌ ବିଭାଗକୁ ଯାଇଥିଲେ ସେଠାରେ ନାପ୍‌କିନ୍‌ ନ ମଳିବା ପରେ ସେ ପ୍ରଶାସନିକ ବ୍ଲକ୍‌କୁ ଯାଇଥିଲେ। କୌଣସିଠାରେ ତାଙ୍କୁ ନାପ୍‌କିନ୍‌ ନ ମିଳିବା ପରେ କୋର୍ଟ ପରିସରରେ ଏନେଇ ସୁବିଧା ଉପଲବ୍ଧ କରାଇବା ଲାଗି ସେ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି।

Comments are closed.