ଜୁଆ ଖେଳରେ ଚଢ଼ାଉ ବେଳେ ଲୋକଙ୍କ ପଥର ମାଡ଼ରେ ପୋଲିସ ଓ ଏସଡିପିଓ ଆହତ
ମାଲକାନଗିରି, ଅପୁର୍ବ ଥଣ୍ଡର : କାଲିମେଳା ଥାନା ନିକଟସ୍ଥ କୋଇମେଟଲା ପଞ୍ଚାୟତର ମାରନପାଲ୍ଲୀ ଗ୍ରାମରେ ଚାଲିଥିବା ଜୁଆଖେଳ ଉପରେ ଚଢ଼ାଉ କରିବା ସମୟରେ ଏସଡିପିଅଙ୍କୁ ଲୋକମାନେ ଆକ୍ରମଣ କରି ଆହାତ କରିଥିବା ଜଣା ପଡିଛି । କୋଇମେଟଲା ପଞ୍ଚାୟତର ମାରନପଲ୍ଲୀ ଗ୍ରାମ ନିକଟସ୍ଥ ଏକ ପଡିଆରେ ମକର ସଂକ୍ରାନ୍ତି ଉପଲକ୍ଷେ ମେଳା ସପ୍ତାହ ବ୍ଯାପି ଚାଲିଥାଏ । ଆଖ ପାଖର ଲୋକମାନେ ମେଳା ଦେଖିବାକୁ ଆସିନ୍ତି । ମେଳାରେ ବିଶେଷ ଆକର୍ଷଣ ଭାବେ କୋୟାମାନଙ୍କ ପାରମ୍ପାରିକ ନାଚ ଗୀତ ଚାଲେ । ତା ସହ କୁକୁଡା ଗାଲି, ଖୁଡୁଖୁଡି ଜୁଆ ଖେଳ ଚାଲେ । ସେହି ଗ୍ରାମରେ ଏକ ଜୁଆ ଖେଳ (ଖୁଡ଼ଖୁଡି) ଚାଲିବା ସମୟରେ ଏସଡିପିଓ ଅଭିଳାଷ ଜିଙ୍କ ସହ ଏକ ପୋଲିସ ଦଳ ଘଟଣା ସ୍ଥଳରେ ପହଞ୍ଚି ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ସେହି ସମୟରେ ଲୋକମାନେ ପୋଲିସ ଉପରକୁ ଟେକା ପଥର ଫୋପାଡି ଆକ୍ରମଣ କରିଥିଲେ । ଫଳରେ ଏସଡିପିଓ ପଥର ମାଡରେ ଆହାତ ହୋଇଥିବା ବେଳେ ଏହି କାର୍ଯ୍ଯରେ ସଂଶ୍ଲିଷ୍ଠ ଥିବା ବ୍ଯକ୍ତିମାନଙ୍କୁ ପୋଲିସ ଠାବ କରି କାଲିମେଳା ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ପୋଲିସକୁ ମୁତୟନ କରାଯାଇଛି। ପୋଲିସ ଫୋର୍ସ ପହଂଚିବା ପରେ ଆକ୍ରମଣକାରୀ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। କାଲିମେଳା ପୋଲିସ ଘଟଣାରେ ୧୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି।
Comments are closed.