ଓଜନ ନିୟନ୍ତ୍ରଣ କରିବ ଫଳ, ଜାଣନ୍ତୁ କେମିତି

0

ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର ସୁସ୍ଥ ରଖିବା ପାଇଁ ନାନାଧି ପ୍ରକାରର ଉପଚାର କରିଥାନ୍ତି। ଖାସ କରି ଖାଦ୍ୟପେୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହ ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଆଜି ଆମେ ଏନେଇ କିଛି ଏପରି ଫଳ ବିଷୟରେ କହିବାକୁ ଯାଉଛୁ ଖରାଦିନେ ଯାହାର ସେବନ ଚୋପା ସହ କରିବା ଦ୍ବାରା ଓଜନ କମିବା ସହିତ ଅଧିକ ଫାଇଦା ବି ମିଳିଥାଏ। ଆସନ୍ତୁ ଜାଣିବା ସେହି ଫଳ ମାନଙ୍କର ନାମ ସେଓକୁ ସବୁବେଳେ ଖାଇବା ଉଚିତ୍। କିଛି ଲୋକ ଏହାର ଚୋପା ଛଡ଼ାଇ ଖାଇଥାନ୍ତି। ଫଳରେ ଏଥିରେ ଥିବା ପୋଷକ ତତ୍ତ୍ବ କମ ହୋଇଯାଇଥାଏ। ଏଣୁ ସର୍ବଦା ସେଓକୁ ଚୋପା ସହ ହିଁ ଖାଆନ୍ତୁ।

ଅଙ୍ଗୁର
ଅଙ୍ଗୁର ଶରୀର ପାଇଁ ବେଶ୍ ଲାଭ ଦାୟକ। କାରଣ ଅଙ୍ଗୁରରେ ରହିଥିବା ପୋଷକ ହାର୍ଟ ସମ୍ବନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ। ଏହା ଖାଇବାକୁ ଯେତିକି ସୁଆଦିଆ ସେତିକି ଲାଭଦାୟକ।

ଅମୃତଭଣ୍ଡା : ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଜରୁରୀ । ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ । ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ ଯାଗା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ଲାଭଦାୟକ ଫଳ ବୋଲି କୁହାଯାଏ ।

କଦଳୀ : କଦଳୀରେ ଭିଟାମିନ ଏ,ବି ,ସି ,ଇ , ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି-6 ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।

ଡାଳିମ୍ବ : ଡାଳିମ୍ବ ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ବହୁତ ମାତ୍ରାରେ ମିଳିଥାଏ । ଏହା ଓଜନ କମାଇବା ପାଇଁ ମଧ୍ୟ ସହାୟକ ହୋଇଥାଏ । ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ । ଡାଳିମ୍ବରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ବାସ୍ଥ୍ୟକୁ ସୁସ୍ଥ ରହିଥାଏ ।

ତରଭୂଜ: ଅଧିକ ପୌଷ୍ଟିମ ଫଳ ହେଉଛି ତରଭୁଜ। ଯାହା ଶରୀରର ପାଣିର ଅଭାବକୁ ଦୂର କରେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହା ଖରାଦିନ ପାଇଁ ବେଶ୍ ଲାଭ ଦାୟକ। ଏହା ଓଜନ କମାଇବାରେ ମଧ୍ଯ ସହାୟକ ହୋଇଥାଏ।

Leave A Reply

Your email address will not be published.