ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ
ଫୁଲବାଣୀ,୨୩ ।୨: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଆଜି ଗିରଫ କରିଛି ପୋଲିସ । ଜଣେ ବ୍ୟକ୍ତିଙ୍କୁ ମାଡ ମାରି ଟଙ୍କା ଲୁଟ୍ ଅଭିଯୋଗରେ ଦେବେନ୍ଦ୍ର ଗିରଫ ହୋଇଛନ୍ତି । ଏହି ଘଟଣାରେ ତାଙ୍କର ଅନ୍ୟ ଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ । ଦେବେନ୍ଦ୍ରଙ୍କ ସହ ଗିରଫ ଅନ୍ୟ ସହଯୋଗୀ ଜଣଙ୍କ ହେଉଛନ୍ତି ଆଇଆରବିଏନର ହାବିଲଦାର ଶ୍ରୀନିବାସ କହଁର ।
ଗତ ୧୧ ତାରିଖରେ ଉରୁମାଗଡ ରାସ୍ତାରେ ଲୁଟ କରିଥିବା ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ବ୍ୟକ୍ତି ଢେଙ୍କାନାଳ ପର୍ଜଙ୍ଗ ଅଞ୍ଚଳର କାମାକ୍ଷୀ ବେହେରା । ବନ୍ଧୁ ଘରକୁ ଯାଉଥିବା ବେଳେ ରାସ୍ତାରେ ବ୍ୟକ୍ତି ଜଣକ ଲୁଟର ଶିକାର ହୋଇଥିଲେ । ଠିକଣା ପଚାରିବା ବେଳେ ଦେବେନ୍ଦ୍ର ମାଡ କାରି ଲୁଟ୍ କରିଥିବା ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି ।
Comments are closed.