ପଦ୍ମ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କ ଝିଅ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ କ୍ୟାପଟେନ ଆରମ୍ଭ କରିଥିବା ନୂଆ ଦଳ ପଂଜାବ ଲୋକ କଂଗ୍ରେସର ବିଲୟ ବିଜେପିରେ ହୋଇଛି ।

ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ଅମରିନ୍ଦର ବିଜେପିରେ ଯୋଗ ଦେଇଛନ୍ତି ।

ଲଣ୍ଡନରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ଭାରତ ଫେରିଥିବା ଅମରିନ୍ଦର ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକାଧିକ ଥର ଭେଟିଥିଲେ । ଏହାକୁ ନେଇ ବିଜେପିରେ ତାଙ୍କର ମିଶ୍ରଣକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ।

ଅମରିନ୍ଦରଙ୍କ ପାଇଁ ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ସହ ମିଶ୍ରଣ କରାଇବା ଏହା ଦ୍ବିତୀୟ ଘଟଣା ।

୧୯୯୨ରେ ସେ ଅକାଳି ଦଳ ତ୍ୟାଗ କରି ଶିରୋମଣି ଅକାଳି ଦଳ (ପାନ୍ଥିକ) ଗଠନ କରିଥିଲେ । ତେବେ ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ସଫଳତା ହାସଲ କରିପାରନଥିଲା । ଫଳରେ ୧୯୯୮ରେ ସେ କଂଗ୍ରେସରେ ମିଶିବା ସହ ଏହି ଦଳର ବିଲୟ କଂଗ୍ରେସରେ ହୋଇଥିଲା ।

ଏଣୁ ପୁଣି ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ବିଜେପିରେ ମିଶ୍ରଣ କରି କ୍ୟାପନେଟ ଇତିହାସକୁ ଦୋହରାଇଛନ୍ତି ।

Comments are closed.