ବିଜେଡିରେ ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ କୈଳାସ କୁଲେସିକା

ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା। ଗତକାଲି ରାତିରେ ସେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ ବିଜେପିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ୍ ହୋଇଛନ୍ତି। କୈଳାଶ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।

ବିଜେଡି ଛାଡ଼ିବା ପରେ ଦଳ ଉପରେ ବର୍ଷିଛନ୍ତି କୈଳାଶ କୁଲେସିକା। ସେ କହିଛନ୍ତି, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେ ରକ୍ଷା କରିବେ ବୋଲି ମୋର ଆଶା ଥିଲା। ସେହି ଆଶା ମୋର ଧୂଳିସାତ ହୋଇଯାଇଛି। ମୋର ବିଶ୍ୱାସରେ ବିଷ ଦିଆଯାଇଛି।

Comments are closed.