କୁନୋ ଜାତୀୟ ଉଦ୍ୟାନର ଖସି ପଳାଉଥିବା ଚିତକୁ କାବୁ କଲା ବନ ବିଭାଗ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ଅଣ୍ଡିରା ନାମିମୀୟ ଚିତା ‘ଓବାନ୍‌’କୁ ଧରାଯାଇ ଗୁରୁବାର ଦିନ ପୁଣି ଜାତୀୟ ଉଦ୍ୟାନରେ ଛାଡ଼ିଦିଆଯାଇଛି। କୁନୋ ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ଚିତା ‘ଓବାନ୍‌’ ଗୋଟାଏ ଗାଁରେ ବୁଲୁଥିବା ଦେଖାଯାଇଥିଲା। ୫ ଦିନ ବିତିଯିବା ସତ୍ତ୍ବେ ସେ ନ ଫେରିବାରୁ ବନ ବିଭାଗ ଟିମ୍‌ ଖୋଜାଖୋଜି କରି ତାକୁ ଶିବପୁରୀ ଜିଲ୍ଲାର ଅରଣ୍ୟରୁ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ୍‌ ୨ ତାରିଖରେ ‘ଓବାନ୍‌’ ଜାତୀୟ ଉଦ୍ୟାନର ସୀମା ଟପିଯାଇଥିଲା। ତା’ପରେ ଜାତୀୟ ଉଦ୍ୟାନଠାରୁ ୨୦ କିଲୋମିଟର୍‌ ଦୂର ବିଜୟପୁର ଅନ୍ତର୍ଗତ ଝର୍‌ ବରୋଦା ଗାଁରେ ତାକୁ ଦେଖିବାକୁ ମିଳିଥିଲା। ତହିଁ ଆର ଦିନ ସେ ପାର୍ବତୀ ବରୋଦା ଗାଁ ଦେଇ ପ୍ରବାହିତ ଗୋଟାଏ ନଈରୁ ପାଣି ପିଉଥିବା ଦେଖାଯାଇଥିଲା।

Comments are closed.