ଗର୍ଭାଶୟରୁ ବାହାରିଲା ଫୁଟବଲ !
ମୁମ୍ବାଇ : ପ୍ରେଗନେଣ୍ଟ ଥିବା ଭାବି ଖୁସି ଥିଲେ ମହିଳା । କିନ୍ତୁ ବାହାରିଲା ଫୁଟବଲ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମୁମ୍ବାଇର ଡ଼ାକ୍ତରମାନେ ଜଣେ ୪୮ ବର୍ଷୀୟ ମହିଳାଙ୍କ ଗର୍ଭାଶୟରୁ ଫୁଟବଲ ଆକାରଯୁକ୍ତ ସିଷ୍ଟ୍ ବାହାର କରିଛନ୍ତି । ଏହାର ଓଜନ ପ୍ରାୟ ୨.୫କିଲୋ ।
ଗତ ୪ ମାସ ଧରି ମହିଳାଙ୍କର ବାନ୍ତି ହେଉଥିଲା ଏବଂ ପେଟ ଭାରି ଲାଗୁଥିଲା । ଡ଼ାକ୍ତରମାନେ ତାଙ୍କର ଅଲଟ୍ରାସୋନୋଗ୍ରାଫି କରିବା ପରେ ଏକାଧିକ ଗର୍ଭାଶୟ ଫାଇବ୍ରଏଡ୍ସ ସହିତ ୨୫ ଗୁଣନ ୨୫ ସେମି ସିଷ୍ଟିକ୍ ମାସ୍ ବିଷୟରେ ଜଣାପଡ଼ିଲା । ବାନ୍ତି ନିୟନ୍ତ୍ରଣ ଲାଗି ମହିଳା ହର୍ବାଲ ଚା’, ହେଙ୍ଗୁ ପାଣି, ବ୍ୟାୟାମ, ଏପରିକି ପ୍ରୋବାୟୋଟିକ୍ସ ଭଳି ଘରୋଇ ଉପଚାର କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ ।
ଏହା ପରେ ସେ ମୀରା ରୋଡ଼୍ ସ୍ଥିତ ୱକହାଡର଼୍ଟ ହସପିଟଲକୁ ଗଲେ । ସ୍ତ୍ରୀରୋଗ ଡ଼ାକ୍ତର ତଥା ଲାପାରୋସ୍କୋପିକ ସର୍ଜନ ରାଜଶ୍ରୀ ଭାସେଲ କହିଛନ୍ତି, ରୋଗୀ ନିଜର ପେଟ ଫୁଲିବା ଓ ବାନ୍ତି ହେବା ବିଷୟରେ କହିଲେ । କିନ୍ତୁ ତାଙ୍କର ଓଜନ ଆଦୌ କମିନଥିଲା । ଋତୁଶ୍ରାବ ମଧ୍ୟ ଠିକ ହେଉଥିଲା । ପରୀକ୍ଷାରେ ବିଶାଳ ସିଷ୍ଟ ଓ ମଲ୍ଟିପଲ ଫାଇବ୍ରଏଡ୍ସ ଚିହ୍ନଟ ହେବା ପରେ ତାଙ୍କର ସର୍ଜରୀ ହେଲା । ଏଥିରେ ଉଭୟ ଫାଲୋପିଆନ ଟ୍ୟୁବକ ଓ ଡ଼ିମ୍ବାଶୟକୁ ବାହାର କରାଯାଏ ।
ସର୍ଜରୀର ୩ଦିନ ମହିଳାଙ୍କୁ ଡ଼ିସଚାର୍ଜ କରାଗଲା । ଅଜ୍ଞାନତା ଓ ନିୟମିତ ପରୀକ୍ଷାର ଅବହେଳା ଯୋଗୁ ଏପରି ହୋଇଛି । ୩୦ ବର୍ଷ ବୟସ ପରେ ପ୍ରତ୍ୟେକ ମହିଳା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ ବୋଲି ଡ଼ାକ୍ତର ଭାସେଲ କହିଛନ୍ତି ।
Comments are closed.