ଅଢୁଆରେ ଉଦ୍ଧବ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଉଦ୍ଧବ ଠାକରେ ବିରୋଧରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି । ଡିସେମ୍ବର ୮ ରେ ଏହି ମାମଲାର ଶୁଣାଣି ହେବ ।ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମସ୍ୟା ବଢିବାରେ ଲାଗିଛି । ଏହି ପିଟିସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟତୀତ ତାଙ୍କ ପତ୍ନୀ ରଶ୍ମୀ ଠାକରେ ଏବଂ ପୁଅ ଆଦିତ୍ୟ ଠାକରେଙ୍କ ନାମ ରହିଛି । ଏହି ତିନିଜଣଙ୍କ ବିରୋଧରେ ସିବିଆଇ ଏବଂ ଇଡି ତଦନ୍ତ ଦାବି କରିଛନ୍ତି ।

ମୁମ୍ବାଇ ବାସିନ୍ଦା ଗୌରୀ ଭୀଡଙ୍କ ପିଟିସନରେ ଦର୍ଶାଯାଇଛି ଯେ, ଶିବସେନା ସୁପ୍ରିମୋ, ତାଙ୍କ ପୁଅ ଆଦିତ୍ୟ ଏବଂ ରଶ୍ମୀ ନିଜ ଆୟର ସରକାରୀ ଉତ୍ସ ଭାବରେ କୌଣସି ନିର୍ଦ୍ଦିଷ୍ଟ ସେବା, ବୃତ୍ତି ଏବଂ ବ୍ୟବସାୟକୁ ପ୍ରକାଶ କରିନାହାଁନ୍ତି । ତଥାପି ସେମାନଙ୍କ ପାଖରେ ମୁମ୍ବାଇ, ରାୟଗଡରେ ଯେଉଁ ସମ୍ପତ୍ତି ଅଛି ତାହା କୋଟି କୋଟି ଟଙ୍କାର ବୋଲି ଜଣାପଡିଛି । ଏହି ଆବେଦନରେ ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ ଠାକରେ ବେଆଇନ ଭାବେ ସମ୍ପତ୍ତି ଏକାଠି କରିଛନ୍ତି । କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ବାରା ତାଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି ଯେ କୌଣସି ନା କୌଣସି ସ୍ଥାନରେ ତାଙ୍କର ବେଆଇନ୍ ସମ୍ପତ୍ତି ଠୁଳ ହୋଇ ରହିଛି ।

ଏହା ପୂର୍ବରୁ ଏହି ମାମଲାର ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ନିଜକୁ ଦୂରେଇ ରଖିଥିଲେ । ବେଞ୍ଚ କହିଥିଲେ ଯେ, ଏହି ମାମଲା ଅନ୍ୟ ଉପଯୁକ୍ତ ବେଞ୍ଚ ସମ୍ମୁଖରେ ରଖାଯିବ ।

Comments are closed.