ପୁଣି ରୋଚକ ମୋଡରେ ରାଜସ୍ଥାନ କଂଗ୍ରେସ, ଏକାଠି ହେଲେ ଅଶୋକ ସଚିନ

ଯୋଦ୍ଧପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକାଠି ହୋଇଥିଲେ। ଉଭୟ ନେତା ଦଳର ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ବିଷୟରେ କହିଥିଲେ। ରାହୁଲଙ୍କ ଭାରତ ଯୋଡ଼ ଯାତ୍ରା ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ। ରାଜସ୍ଥାନର ଜୟପୁର ସହରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହି ଦୁଇ ନେତା ପରସ୍ପର ପାଖରେ ଠିଆ ହୋଇ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ରାଜସ୍ଥାନରେ ବଡ଼ ସଫଳତା ହାସଲ କରିବ ବୋଲି ଜୋର ଦେଇଛନ୍ତି। ଡିସେମ୍ବର ୪ରେ ଏହି ଯାତ୍ରା ରାଜ୍ୟରେ ପ୍ରବେଶ କରିବ ରାହୁଲଗାନ୍ଧୀଙ୍କ ନେତୃତ୍ବଧୀନ ଭାରତ ଯୋଡ଼ ଯାତ୍ରା। ଏହି ପରିପ୍ରେକ୍ଷିରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି, “ଦଳ ଆମ ପାଇଁ ସର୍ବୋଚ୍ଚ ଅଟେ। ଆମେ ଚାହୁଁ ଦଳ ଆଗକୁ ବଢ଼ୁ ଏବଂ ତାହାର ଗୌରବ ଅର୍ଜନ କରୁ।

ସେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଏକପ୍ରକାର ଭୟର ବାତାବରଣ ରହିଛି ଏବଂ ଏହା ଆମ ପାଇଁ ଏକ ବଡ ଆହ୍ବାନ କିନ୍ତୁ ଯାତ୍ରାର ସଫଳତା ହିଁ ଦର୍ଶାଇଛି ଯେ, ରାହୁଲ ଗାନ୍ଧୀ ଉଠାଇଥିବା ପଦକ୍ଷେକୁ ଲୋକମାନେ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ସଚିନ ପାଇଲଟ ଏହି ଅବସରରେ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭରତ ଯୋଡ଼ ଯାତ୍ରାକୁ ରାଜସ୍ଥାନରେ ପୂର୍ଣ୍ଣ ଉତ୍ସାହ ଏବଂ ସାମର୍ଥ୍ୟର ସହିତ ସ୍ୱାଗତ କରାଯିବ।

ସୂଚନାଯୋଗ୍ୟ ଯେ ଜାତୀୟ ଗଣମାଧ୍ୟମକୁ ସଚିନ ପାଇଲଟଙ୍କ ବିଷୟରେ ଅଶୋକ ଗେହଲଟଙ୍କ ଘୃଣ୍ୟ ମନ୍ତବ୍ୟ ଏବଂ ଏହାର ଉତ୍ତରରେ ପାଇଲଟଙ୍କ ପ୍ରତିକ୍ରିୟା ରାଜସ୍ଥାନ ରାଜନୀତିରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରାଇଥିଲା। ତେବେ ରାଜସ୍ଥାନର ସିଏମ ଗତ କିଛି ଦିନ ହେବ ତାଙ୍କ ମନୋଭାବରେ ନରମ ହେବାର କିଛି ସଙ୍କେତ ଦେଇଛନ୍ତି। ରାହୁଲ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦଳର ‘ସମ୍ପତ୍ତି’ ବୋଲି ସମ୍ବୋଧନ କରିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ଯେ, ରାହୁଲଙ୍କ କହିବା ପରେ ଆଉ କାହାର କିଛି କହିବାର କୌଣସି ସୁଯୋଗ ନାହିଁ।

Comments are closed.