ମହାନଦୀରେ ବଢୁଛି ଜଳସ୍ତର ,ଘର ଛାଡ଼ିଲେ ସଂଖ୍ୟାଧିକ ଲୋକ

ରାୟପୁର: ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଏହାଫଳରେ ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ପଶିଯାଇଛି। ଗତକାଲି ଠାରୁ ଜାଂଜଗିର ସମେତ, ବଲୋଦାବାଜାର ଓ ରାୟଗଡ଼ ଆଦି ଜିଲ୍ଲାରେ ମୁଷଳ ଧାରାରେ ବର୍ଷା ଜାରି ରହିଛି।

ଛତିଶଗଡ଼ରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଶିଓରୀ ନାରାୟଣ ପୋଲ ଉପରେ ମହାନଦୀ ପାଣି ପ୍ରବାହିତ ହେଉଛି। ଜାଂଜଗିର ଚାମ୍ପାରେ ସ୍ଥିତି ସଂଗିନ। ଛତିଶଗଡ଼ର ରାଜଧାନୀ ରାୟପୁର ସହ ଜଂଜଗିର ଚାମ୍ପା ଜିଲ୍ଲାର ଯୋଗାଯୋଗ ବିଛିନ୍ନ ହୋଇଛି। ବଲୋଦା ବାଜାର ଓ ବିଳାସପୁର ସହ ବି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାର ଖବର ମିଳିଛି। ବନ୍ୟା ପ୍ରଭାବିତ ଅଞ୍ଚଳର ଶତାଧିକ ପରିବାର ଘର ଛାଡ଼ିଲେଣି। ମହାନଦୀର ଜଳସ୍ତର ବୃଦ୍ଧି ହେତୁ ଲୋକେ ଚିନ୍ତାରେ ଅଛନ୍ତି।

Comments are closed.