ଖୋଲିଲା ଆଉ ୫ ଗେଟ

ସମ୍ବଲପୁର:  ଖୋଲିଲା ହୀରାକୁଦ ଡ୍ୟାମର ଆଉ ୫ଟି ଗେଟ୍ । ମୋଟ ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ବରେ ୨୩ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡାହାଣ ପାଖରେ ୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପର୍ଯ୍ୟାୟକ୍ରମେ ଆଉ ୯ ଟି ଗେଟ୍ ଖୋଲାଯିବ । ମୋଟ 40 ଟି ଗେଟ୍ ଖୋଲାଯିବାର ନିଷ୍ପତ୍ତି ହୋଇଥିବା ସୂଚନା ରହିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜୀବନ ମୂଲ୍ୟବାନ । ଯେପରି ଗୋଟିଏ ବି ଜୀବନ ହାନୀ ନ ହୁଏ ଓ ଯୋଗାଯୋଗରେ କୌଣସି ଗୁରୁତର ବିଭ୍ରାଟ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତଙ୍କୁ ବିପଦସଂକୁଳ ସ୍ଥାନରୁ ସ୍ଥାନାନ୍ତର କରିବାକୁ କୁହାଯାଇଛି । ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

Comments are closed.