କାହିଁକି ଏମିତି କହିଲେ ମନ୍ତ୍ରୀ,ଜାଣନ୍ତୁ କେଉଁଠି
ବେଙ୍ଗାଲୁରୁ: କର୍ଣ୍ଣାଟକାର ଜଣେ ମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଏବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆମେ ସରକାର ଚଳାଉ ନାହୁଁ, କେବଳ ସରକାର ସମ୍ଭାଳୁଛୁ ବୋଲି ମନ୍ତ୍ରୀ ଜଣଙ୍କ କହୁଥିବା ଗୋଟିଏ ଅଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି। ଅଡିଓରେ କୌଣସି ପ୍ରକାରର କାଣ୍ଟଛାଣ୍ଟ କରାଯାଇ ନଥିବା ମୁଖ୍ୟମନ୍ତ୍ରୀ ବୋମାଇ ନିଶ୍ଚିତ କରିଛନ୍ତି। ତେବେ ଏହି ବୟାନର କେଉଁ ପରିସ୍ଥିତିରେ ଦିଆଯାଇଛି, ତା’କୁ ବୁଝିବା ଦରକାର ବୋଲି ସେ କହିଛନ୍ତି।
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ବିଜେପି ବଦଳାଇ ଦେବ ବୋଲି କୁହାଯାଉଛି। ବୋମାଇଙ୍କ କାର୍ଯ୍ୟଶୈଳୀରେ ରାଜ୍ୟବାସୀ ସନ୍ତୁଷ୍ଟ ନାହାନ୍ତି। ଏହାର ପ୍ରଭାବ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ପଡ଼ିବାରୁ ଆଶଙ୍କା ରହିଛି। ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ଦିନକୁ ଦିନ ବିଗୁଡ଼ିଛି। ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳୁଛି। ତେଣୁ ବୋମାଇଙ୍କୁ ହଟାଇ ବିଜେପି ଆଉ ଜଣଙ୍କୁ ରାଜ୍ୟର ମୁଖିଆ କରିବାକୁ ଚାହୁଁଛି।
Comments are closed.