ତେଲଟାଙ୍କି ଗାଡ଼ି ଫାଟି ୪ ଜୀବନ୍ତ ଦଗ୍ଧ
ନୟାଗଡ଼ : ତେଲଟାଙ୍କି ଫାଟି ୪ ଜୀବନ୍ତ ଦଗ୍ଧ। ନୟାଗଡ଼ ଇଟାମାଟି ଥାନା ବଡ଼ ପଣ୍ଡୁସର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ପାରାଦୀପରୁ ତେଲଟାଙ୍କି ଗାଡ଼ି ଧରି ନୟାଗଡ଼ ଆସିଲା ବେଳେ ଗାଡିରେ ହତାଠ୍ ନିଆଁ ଲାଗିଯାଇଥିଲା। ଫଳରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସମସ୍ତ ମୃତକ ସାନପଣ୍ଡୁସର ଗାଁର।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ତେଳ ଟାଙ୍କି ଭିତରେ ଦୁଇ ଜଣଙ୍କ ମୃତଦେହ ଥିବାବେଳେ ଦୁଇ ଜଣଙ୍କ ମୃତଦେହ ବାହାର କରାଯାଇ ନୟାଗଡ଼ ମେଡିକାଲକୁ ନିଆଯାଇଛି। ତେବେ କେଉଁ କାରଣରୁ ତେଲଟାଙ୍କି ଗାଡିରେ ନିଆଁ ଲାଗିଲା, କାରଣ ଜଣାପଡିନି। ଅହ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି।
Comments are closed.