ଜାଣନ୍ତୁ କାହିଁକି ହୁଏ ହୃଦଘାତ

ଆଜି କାଲି ସ୍ବାସ୍ଥ୍ୟ କୁ ନେଇ ସମସ୍ତେ ଚିନ୍ତିତ କାରଣ ଅଜାଣତରେ କେତେକ କଣ ହେଉଛି କେହି କହିପାରିବେ ନାହିଁ । କାହା ଭିତରୁ ଛାତିରେ ଯନ୍ତ୍ରଣା ହେଲେ ସମସ୍ତେ ଡରି ଯାଆନ୍ତି, କାରଣ ଏହା ହୃଦଘାତର ମୁଖ୍ୟ ଲକ୍ଷଣ। କିନ୍ତୁ ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ। କରୋନା ମହାମାରୀ ପରେ, ଏହିପରି ଅନେକ ଲକ୍ଷଣ ଲୋକଙ୍କ ଶରୀରରେ ଦେଖାଯାଉଛି, ଯାହା ହୃଦଘାତ ବ୍ୟତୀତ ଅନ୍ୟ କିଛି। ଛାତି ଯନ୍ତ୍ରଣା ପଛରେ ଅନ୍ୟ କେଉଁ କାରଣ ଥାଇପାରେ ଆସନ୍ତୁ ଜାଣିବା।

ଶୁଖିଲା କାଶ :
ଶୁଖିଲା କାଶ ହେତୁ ଛାତି ମାଂସପେଶୀ ଉପରେ ବହୁତ ଚାପ ପଡିଥାଏ, ଯେଉଁ କାରଣରୁ ଏହି ମାଂସପେଶୀ ଦୁର୍ବଳ ହୋଇଯାଏ ଏବଂ ଯନ୍ତ୍ରଣା ହୁଏ। ଯଦି କାଶ ଶୀଘ୍ର ଭଲ ନହୁଏ ତେବେ ଯନ୍ତ୍ରଣା ବଢିପାରେ।

ଫୁସଫୁସ ଏମ୍ବୋଲାଇଜିମ୍ :
ଫୁସଫୁସ୍ ଏମ୍ବୋଲାଇଜିମ୍ ଏପରି ମେଡିକାଲ କଣ୍ଡିସନ୍ ଯେଉଁକାରଣରୁ ଛାତିରେ ଯନ୍ତ୍ରଣା ହୋଇଥାଏ। ଏହା ହୃଦୟ ସହ ଜଡିତ ଏକ ସମସ୍ୟା ଯେଉଁଥିରେ ଫୁସଫୁସ୍ ପର୍ଯ୍ୟନ୍ତ ବ୍ଲଡ୍‌କୁ ଟ୍ରାନ୍ସପୋର୍ଟ କରୁଥିବା ଧମନୀରେ ଜମାଟ ବାନ୍ଧି ଯାଏ। ଏଥିପାଇଁ ଫୁସଫୁସକୁ ରକ୍ତ ସଠିକ୍ ଭାବରେ ପହଞ୍ଚେ ନାହିଁ ଏବଂ ଛାତିରେ ଯନ୍ତ୍ରଣା ଆରମ୍ଭ ହୁଏ।

ଫୁସ୍‌ଫୁସ୍ ସଂକ୍ରମଣ :
କରୋନା ଭାଇରସ୍ ସମୟରେ ଲୋକଙ୍କ ଫୁସଫୁସରେ ଅଧିକ ସଂକ୍ରମଣ ଦେଖିବାକୁ ମିଳିଥିଲା। ଯଦି ଫୁସଫୁସରେ ଅନ୍ୟ କୌଣସି ଭାଇରସ୍ ଆକ୍ରମଣ କରେ, ତେବେ ଛାତିରେ ଯନ୍ତ୍ରଣା ହୁଏ।

କୋଭିଡ୍ ନିମୋନିଆ :
କରୋନା ଭାଇରସ୍ ରୋଗୀଙ୍କ ଛାତିରେ ଯନ୍ତ୍ରଣା ହେତୁ ଅନେକ ଲୋକ କୋଭିଡ ନିମୋନିଆର ଶିକାର ହୋଇଥିଲେ। ଯଦି ଫୁସଫୁସ ସଂକ୍ରମଣ ହୁଏ, ତେବେ ନିମୋନିଆ ହେବାର ଆଶଙ୍କା ରହିଥାଏ, ଯାହା ଦ୍ୱାରା ଫୁସଫୁସର ଏୟାର ବ୍ୟାଗରେ ଫୁଲିଯାଏ। ଏହା ଛାତିରେ ଯନ୍ତ୍ରଣା ଦେଇଥାଏ।

Comments are closed.