ଡ୍ରାଇଭରଙ୍କୁ ମିଳିବ ମାଗଣା ଚା, ଜାଣନ୍ତୁ କିଏ ଦେବ

ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ କରିଛି ଅଭିନବ ପ୍ରୟାସ। ରାତି ଅନିଦ୍ରା ହେଉଥିବା ଟ୍ରକ୍ ଚାଳକଙ୍କୁ ଚା’ ପରସିବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

କେବଳ ଚା ନୁହେଁ ବରଂ ନିଦ ଛଡ଼ାଇବା ପାଇଁ ସେହି ହୋଟେଲ ଓ ଢାବାରେ ବିଶ୍ରାମ ନେଇପାରିବେ ଟ୍ରକ୍ ଚାଳକ। କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ, ଦୁର୍ଘଟଣା ଘଟିଥାଏ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଏପରି ଅଭିନବ ପ୍ରୟାସ କରାଯାଇଛି।

Comments are closed.