ଅଧିକ ଗୁଡ ଖାଇଲେ ଜାଣନ୍ତୁ କଣ ହୁଏ

ଆପଣ ଅଧିକ ଗୁଡ ଖାଇବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏହା କ୍ଷତି ପହଞ୍ଚାଇବା ସହ ଅନେକ ପ୍ରକାରର ରୋଗର କାରଣ ମଧ୍ୟ ସାଜିପାରେ। ସାଧାରଣତଃ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟୀ ହୋଇଥାଏ। କିନ୍ତୁ ଏହାର ଅତ୍ୟଧିକ ସେବନ ଆମ ପାଇଁ ଘାତକ ସାଜିପାରେ।

ଗୁଡ଼ ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟୀ। ତେବେ ଏହାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାର । ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବଢ଼ିବା ଆଶଙ୍କା ରହିଛି। ଗୁଡରେ କାର୍ବସ୍‌ ଏବଂ ଚିନିର ମାତ୍ରା ଅଧିକ ଥାଏ ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରେ।

ଗ୍ରୀଷ୍ମ ଦିନେ ଅଧିକ ମାତ୍ରାରେ ଗୁଡ଼ ଖାଇବା ଦ୍ୱାରା ନାକରୁ ରକ୍ତ ସ୍ରାବ ହେବା ଭଳି ସମସ୍ୟା ଦେଖାଦେଇପାରେ। ଗୁଡ଼ ଖାଇବା ଦ୍ୱାରା ଶରୀର ଗରମ ରୁହେ। ଏହା ଏକ ଗରମ ଯୁକ୍ତ ଖାଦ୍ୟ। ଏହାକୁ ଅଧିକ ଖାଇଲେ ନାକରେ ଥିବା ଶିର ଫାଟି ସେଥରୁ ରକ୍ତ ବୋହିବା ଭଳି ବିପଦ ରହିଥାଏ।

ଗୁଡ଼ରେ ଅଧିକ ମାତ୍ରାରେ ସୁକ୍ରୋଜ ଥାଏ, ଯାହା ରକ୍ତରେ ଶର୍କରାର ପରିମାଣ ବଢ଼ାଇବା କାମ କରେ। ତେଣୁ ଡାଇବେଟିସ ରୋଗୀ ଭୁଲ୍‌ରେ ମଧ୍ୟ ଗୁଡ଼ ଖାଇବା ଉଚିତ ନୁହଁ।

ଗୁଡରେ ପ୍ରଚୁର ପରିମାଣର ଫାଇବର ଥାଏ। ଏହାକୁ ଖାଇବା ଦ୍ୱାରା ଡାଇରିଆ ଏବଂ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଏହା ସହିତ ଥକ୍କା, ମୁଣ୍ଡବିନ୍ଧା ଏବଂ ସ୍ନାୟୁ ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ।|

ଗୋଡ ହାତ ବିନ୍ଧା ତଥା ଶରୀର ଯନ୍ତ୍ରଣା ହେବା ଭଳି ସମସ୍ୟା ସୃଷ୍ଟି କରେ ଗୁଡ। ଏଥିରେ ସୁଗାରର ମାତ୍ରା ଅଧିକ ପରିମାଣରେ ଥାଏ, ଯାହା ଶରୀରରେ ଗୋଡ ହାତ ଫୁଲିବା ଭଳି ସମସ୍ୟା ସୃଷ୍ଟି କରେ। ଯେଉଁ ବ୍ୟକ୍ତିଙ୍କୁ ଅର୍ଥରାଇଟିସ୍‌ ସମସ୍ୟା ରହିଛି ସେମାନେ ଗୁଡ଼ ଖାଇବା ଠାରୁ ଦୂରେଇ ରହିବା ଉଚିତ।

Comments are closed.