ଶେଷରେ ରାଜି ହେଲେ ମୁଖ୍ୟମନ୍ତ୍ରୀ, ରେକର୍ଡ ହେବ ବିବୃତ୍ତି

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗୋଟିଏ ପରେ ଗୋଟିଏ ଡେଡଲାଇନ୍‌ ଦେଇ ଚାଲିଥିବା ବେଳେ ଶେଷରେ ନିଜ ବୟାନ ରେକର୍ଡ କରିବା ପାଇଁ ରାଜି ହୋଇ ଯାଇଛନ୍ତି ଏହି ପୁରୁଖା ନେତା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଅଷ୍ଠମ ଥର ସମନ ଜାରି କରିବା ପରେ ଶେଷରେ ଜେରା ପାଇଁ ରାଜି ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୦ ତାରିଖରେ ନିଜ ବୟାନ ରେକର୍ଡ କରିବାକୁ ପ୍ରସ୍ତୁତ ଥିବା ନେଇ ସେ ଇଡିକୁ ସୂଚିତ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଇଡି କାର୍ଯ୍ୟାଳୟ ନୁହେଁ ସିଏମ୍‌ ହାଉସ୍‌ରେ କରିବାକୁ ସେ ଜଣାଇଛନ୍ତି।

ରାଞ୍ଚିର ବଡଗାଇ ଅଞ୍ଚଳରେ ହୋଇଥିବା ଜମି ଦୁର୍ନୀତି ମାମଲରେ ଇଡି ହେମନ୍ତ ସୋରେନ୍‌ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି। ଏଥିପାଇଁ ତାଙ୍କୁ ଅଗଷ୍ଟ ୧୪ରେ ପ୍ରଥମ ସମନ ଜାରି କରିଥିଲା। ଏହାପରେ ଥରକୁ ଥର ଇଡି ତାଙ୍କୁ ୭ ଥର ସମନ ଜାରି କରି ସାରିଥିବା ବେଳେ ସୋରେନ ଏହାକୁ ଏଡ଼ାଇ ଚାଲିଥିଲେ।

Comments are closed.